Categories: ଜାତୀୟ

ଅଗଷ୍ଟ ୧୫ରେ ଲଞ୍ଚ୍‌ ହୋଇପାରେ କରୋନା ଔଷଧ

ନୂଆଦିଲ୍ଲୀ,୩।୭: କରୋନାର ସଂକ୍ରମଣ ବୃଦ୍ଧି ମଧ୍ୟରେ ଏକ ଖୁସି ଖବର ଆସୁଛି। କରୋନା ଟିକା କୋଭାକ୍ସିନ ଅଗଷ୍ଟ ୧୫ରେ ଲଞ୍ଚ୍‌ ହୋଇପାରେ। ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ଏହି ଟିକା ପ୍ରସ୍ତୁତ କରାଯାଇଛି। ଭାରତ ବାୟୋଟେକ ଏବଂ ଆଇସିଏମଆର ପକ୍ଷରୁ ଟିକା ଲଞ୍ଚ୍‌ ହୋଇପାରେ ବୋଲି ଜଣାପଡିଛି। ନିକଟରେ ଏହାକୁ କରୋନା ସଂକ୍ରମିତଙ୍କ ଶରୀରରେ ପରୀକ୍ଷା ପାଇଁ ଅନୁମତି ମଳିଛି। ଆଗାମୀ ଜୁଲାଇ ୭ ଏହା ରୋଗୀଙ୍କ ଉପରେ ପରୀକ୍ଷା କରାଯିବ।

Share