Categories: ଜାତୀୟ

୨ ଦିନରେ ଟିକା ପାଇଁ ୨.୪୫ କୋଟି ରେଜିଷ୍ଟ୍ରେସନ୍‌

ନୂଆଦିଲ୍ଲୀ,୩୦।୪:ସାରା ଦେଶରେ ୧୮ରୁ ୪୪ ବୟସ୍କ ପର୍ଯ୍ୟନ୍ତ ଲୋକଙ୍କୁ ଟିକା ଦେବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଗତ ଏପ୍ରିଲ ୨୮ରୁ ଟିକା ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କୋଓ୍ବିନ୍‌ ଏବଂ ଆରୋଗ୍ୟ ସେତୁ ଆପ୍‌ ଜରିଆରେ କରୋନା ଟିକାର ରେଜିଷ୍ଟ୍ରେସନ କରାଯାଉଛି। ମାତ୍ର ୨ ଦିନ ମଧ୍ୟରେ ୨.୪୫ କୋଟିରୁ ଊର୍ଦ୍ଧ୍ୱ ଲୋକ ରେଜିଷ୍ଟ୍ରେସନ କରିସାରିଲେଣି। ଏପ୍ରିଲ ୨୮ରେ ୧.୩୭ କୋଟି, ଏପ୍ରିଲ ୨୯ରେ ୧.୪ କୋଟି ଏବଂ ଏପ୍ରିଲ ୩୦ ସକାଳ ୮.୩୦ ପର୍ଯ୍ୟନ୍ତ ୪.୩୮ ଲକ୍ଷ ଲୋକ ରେଜିଷ୍ଟ୍ରେସନ୍‌ କରିଛନ୍ତି। ସୂଚନାଯୋଗ୍ୟ, ରେଜିଷ୍ଟ୍ରେସନ କରିଥିବା ଲୋକେ ମେ ୧ରୁ ୧୮ ବର୍ଷରୁ ଅଧିକ ଲୋକେ ଟିକା ନେଇପାରିବେ।

Share