କରୋନା ଟିକା ନେବାକୁ ଲୋକେ ଅମଙ୍ଗ: ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ

ନୂଆଦିଲ୍ଲୀ,୨୧ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଦେଶରେ ଆରମ୍ଭ ହୋଇଯାଇଛି କରୋନା ଟିକାକରଣ କାର୍ଯ୍ୟକ୍ରମ । ହେଲେ କରୋନାର ଟିକାକୁ ନେଇ ଏବେବି ଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଛି । ଯାହାକୁ ଦୂରେଇ ଦେବାକୁ ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସାମ୍ନାକୁ ଆସିଛନ୍ତି । ସେ କହିଛନ୍ତି କରୋନା ଟିକାକୁ ନେଇ ଯେଉଁସବୁ ଭୁଲତଥ୍ୟ ପ୍ରଦାନ କରାଯାଉଛି ବା ଏହାକୁ ନେଇ ଅପପ୍ରଚାର କରାଯାଉଛି ତାହାକୁ ଆଦୌ ଶୁଣନ୍ତୁ ନାହିଁ କାରଣ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ । କୋଭିଡ-୧୯ ଭ୍ୟାକ୍ସିନକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପୋଷ୍ଟର ତିଆରି କରାଯାଇଥିବା ବେଳେ ଏହି ଅଭିଯାନରେ ଲୋକେ ବହୁ ସଂଖ୍ୟାରେ ଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଏହି ଟିକାକରଣ ଅଭିଯାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦର୍ପଣ ଭଳି କାମ କରୁଛି । ଅତିତରେ ଏହି ଟିକାକରଣ ମାଧ୍ୟମରେ ପୋଲିଓ ଭଳି ରୋଗକୁ ମଧ୍ୟ ଦୂରେଇ ଦିଆଯାଇଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି । ତେଣଉ ଏବେ କରୋନା ଟିକାକୁ ଡରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

Share