ଭାରତରୁ କରୋନା ଭ୍ୟାକ୍ସିନ ପହଞ୍ଚିବା ପରେ ଭାବପ୍ରବଣ ହେଲେ ଡେମୋନିକନ ରିପବ୍ଲିକର ପ୍ରଧାନମନ୍ତ୍ରୀ

ସାଣ୍ଟୋ ଡୋମିନଗୋ,୧୧ ।୨: କରୋନା ଭାଇରସକୁ ହରାଇବା ପାଇଁ ସାରା ବିଶ୍ୱ ପ୍ରୟାସ ଜାରି ରଖିଛି । ପାଖାପାଖି ୧ ବର୍ଷ ହେବ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ଏହି ମାହାମାରୀ ପାଇଁ କିଛି ଦେଶ ଭ୍ୟାକ୍ସିନ ବାହାର କରି ସାରିଲାଣି । ଏହି କ୍ରମରେ ଭାରତରେ ମଧ୍ୟ କରୋନା ସହ ଲଢିବାକୁ ୨ଟି ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାକୁ ନେଇ ଭାରତରେ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ସହଯୋଗ ସୂତ୍ରରେ ଭାରତ କିଛି କିଛି ଭ୍ୟାକ୍ସିନ ବା ଟିକା ବିଭିନ୍ନ ଦେଶକୁ ମଧ୍ୟ ପଠାଇଲାଣି । ଏବେ ଭାରତର ଭ୍ୟାକ୍ସିନ ଡୋମିନିକନ ରିପବ୍ଲିକରେ ପହଞ୍ଚିବା ପରେ ସେଠାକାର ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ ଭାବପ୍ରବଣ ହୋଇଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭ୍ୟାକ୍ସିନ ପହଞ୍ଚିବା ପରେ ଏକ ଔପଚାରିକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ କହିଥଲେ ମୋତେ ବିଶ୍ୱାସ ନ ଥିଲା କି ଆମର ଅନୁରୋଧର ଜବାବ ଏତେଶୀଘ୍ର ମିଳିବ ବୋଲି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଏହା ସମ୍ଭବ ହୋଇ ପାରିଛି । କାରଣ କରୋନା ଭଳି ମାହାମାରୀର ସଙ୍କଟ ସମୟରେ ସମସ୍ତେ ନିଜ ଦେଶର ସୁରକ୍ଷା କଥା ଚିନ୍ତା କରୁଥିବା ବେଳେ ମୋଦି କିନ୍ତୁ ଆମର ଅନୁରୋଧ ସ୍ୱିକାର କରିଛନ୍ତି । ଭାରତ ମୋଟ ୩୫୦୦୦ ଭ୍ୟାକ୍ସିନ ପଠାଇଥିବା ବେଳେ ଡେମୋନିକ ରିପବ୍ଲିକର ମୋଟ ୭୨ ହଜାର ଜନସଂଖ୍ୟାରୁ ଅଧା ଲୋକଙ୍କ ଜୀବନ ରକ୍ଷା ହୋଇଯିବ ବୋଲି ରୁଜଭେଲ୍ଟ କହିଛନ୍ତି । ସୂଚନାଯୋଗ୍ୟ, ଫେବୃୟାରୀ ୯ରେ ଡୋମୋନିକାର ଡଗଲର୍ସ-ଚାର୍ଲସ ଏହାର ପୋର୍ଟରେ ଭାରତର ଭ୍ୟାକ୍ସିନ ପହଞ୍ଚିବା ପରେ ନିଜେ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ଓ ତାଙ୍କ କ୍ୟାବିନେଟ ସହଯୋଗୀମାନେ ଭ୍ୟାକ୍ସିନ ରିସିଭ କରିବାକୁ ପହଞ୍ଚିଥିଲେ । ଏହାସହ ଭ୍ୟାକ୍ସିନ ଓହ୍ଲାଇବା ବେଳେ ମଧ୍ୟ ଏମାନେ ସହଯୋଗ କରିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share