ଡିସେମ୍ବର ଶେଷ ସପ୍ତାହରେ ଦିଲ୍ଲୀରେ ପହଞ୍ଚିବ କରୋନା ଟିକା: ଡିପ୍‌ଫ୍ରିଜ୍ ପ୍ରସ୍ତୁତ

ନୂଆଦିଲ୍ଲୀ,୨୨ ।୧୨: ଦେଶରେ କରୋନା ଟିକା ଡିସେମ୍ବର ଶେଷ ସପ୍ତାହରେ ଅର୍ଥାତ୍ ୨୮ ତାରିଖରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି । ଏହି ଟିକା ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଷ୍ଟୋରେଜ କରିବାର ବ୍ୟବସ୍ଥା କରାଯାଇଛି । ଏହାପରେ ଦିଲ୍ଲୀର ଅନ୍ୟ ହସ୍ପିଟାଲକୁ ଏହା ବିତରଣ କରାଯିବାର ବ୍ୟବସ୍ଥା କରାଯିବ । ଏୟାର ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି । ଏହାସହ ଆହୁରି କୁହାଯାଇଛି କି ଯଦି କୌଣସି କାରଣ ବଶତଃ ୨୮ ଡିସେମ୍ବରରେ ଏହା ପହଞ୍ଚି ପାରିଲା ନାହିଁ ତେବେ ଜାନୁୟାରୀ ସୁଦ୍ଧା କରୋନା ଭ୍ୟାକ୍ସିନ ଦିଲ୍ଲୀରେ ପହଞ୍ଚିଯିବ । ତେବେ ଭ୍ୟାକ୍ସିନକୁ ରଖିବା ଲାଗି ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଷ୍ଟୋରେଜ ଚେନ୍ ପାଇଁ ସମସ୍ତ ଉପକରଣ ପହଞ୍ଚି ସାରିଲାଣି । ଡିପ୍ ଫ୍ରିଜର ବି ପହଞ୍ଚି ସାରିଥିବା ସୂଚନା ମିଳିଛି । ଦଲ୍ଲୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଲିମିଟେଡର ସିଇଓ ବିଦେହ ଜୟପୁରିଆ କହିଛନ୍ତି ଦିଲ୍ଲୀ ବିମାନ ବନ୍ଦରର ଦୁଇଟି କାର୍ଗୋ ଟର୍ମିନାଲରେ କୁଲ ଚାମ୍ବର ତିଆରି ସରିଛି । ତେଣୁ ବିଦେଶରୁ ଆସୁଥିବା ଭ୍ୟାକ୍ସିନ ସେଠାରେ ରହିପାରିବ । ଏହାପରେ ସେହିଠାରୁ ହିଁ ବିତରଣ କରାଯିବ । ତେବେ ଦିଲ୍ଲୀ ବିମାନ ବନ୍ଦରରେ ୨୭ ଲକ୍ଷ ଭ୍ୟାକ୍ସିନ ଷ୍ଟୋର କରିବାର କ୍ଷମତା ରହିଛି । ତେଣୁ ଦିନରେ ୨ଟି ଚାମ୍ବର ଭର୍ତ୍ତି କଲେ ୫୪ ଲକ୍ଷ ଶିଶି ବିତରଣ ହୋଇପାରିବ ।

Share