ଭେଣ୍ଟିଲେଟରରେ ଥିଲେ ସ୍ବାମୀ, ସ୍ତ୍ରୀ ଦେଲେ ଏମିତି ଉପହାର ଯାହା ଜାଣି ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ: କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଏହି ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି। କରୋନାରେ ସମ୍ପର୍କୀୟଙ୍କୁ ହରାଇ ଅନେକ ଲୋକ ଭାଙ୍ଗି ମଧ୍ୟ ପଡିଛନ୍ତି। ସେମିତି ଜଣେ ମହିଳା ହେଉଛନ୍ତି କାନନ ପଟେଲ। ବ୍ରିଟେନରେ ରହୁଥିବା କାନନ କରୋନାରେ ପୀଡିତ ଥିବା ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ସ୍ବାମୀ ଜୟଶ ପଟେଲ ଭେଣ୍ଟିଲେଟରରେ ଥିବା ବେଳେ ସେ ତାଙ୍କୁ ପବିତ୍ର ଜଳ ଏବଂ ଗଣେଶ ପ୍ରତିମା ଉପହାର ଦେଇଥିଲେ। ସାଧାରଣତଃ ପରିବାର ସଦସ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରୋନା ରୋଗୀଙ୍କୁ ଭେଟିବାକୁ ମଧ୍ୟ ଅନୁମତି ଦିଆଯାଏ ନାହିଁ, କିନ୍ତୁ କାନନ ଜଣେ ନର୍ସଙ୍କ ମାଧ୍ୟମରେ ଜୟଶଙ୍କ ପାଇଁ ପ୍ରବିତ୍ର ଜଳ ଏବଂ ଗଣେଶ ପ୍ରତିମା ପଠାଇ କହିଥିଲେ ତାଙ୍କ ଓଠରେ ପବିତ୍ର ଜଳ ଦେବ ଆଉ ତାଙ୍କ ବେଡ୍‌ ପାଖରେ ଏହି ଗଣେଶ ମୂର୍ତ୍ତିଟିକୁ ରଖିବାକୁ କହିବ। ଜୟଶ୍‌ ଏକ କମ୍ୟୁନିଟି ଫାର୍ମାସିଷ୍ଟ ଭାବରେ କାମ କରୁଥିଲେ। ଏହି ସମୟରେ ତାଙ୍କୁ କରୋନା ସକ୍ରମଣ କରିଥିଲା। କାନନ ଦୁଃଖ ପ୍ରକାଶ କରିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ତାଙ୍କ ସ୍ବାମୀଙ୍କୁ ଦେଖିପାରି ନ ଥିଲି।

Share