ଗଣେଶ ପୂଜା ଭସାଣୀରେ ବନ୍ଧୁକ ଧରି ନାଚିଲେ କର୍ପୋରେଟର: ବନ୍ଧୁକ ସହ ହାଜର ହେବାକୁ ଡିସିପିଙ୍କ ନୋଟିସ

ଭୁବନେଶ୍ୱର,୧୨ା୯(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀର ରାସ୍ତା ଉପରେ ଭସାଣି ବେଳେ ବନ୍ଧୁକ ଧରି ଜଣେ ରାଜନେତା ନାଚିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଲାଗିଛି। ସର୍ବସାଧାରଣରେ ବନ୍ଧୁକ ଧରି ନାଚିଥିବା ରାଜନେତା ଜଣଙ୍କ ହେଲେ ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ।

ବୁଧବାର ଭୁବନେଶ୍ୱର ୟୁନିଟ ୯ ଅଞ୍ଚଳରେ ହୋଇଥିବା ଗଣେଶ ପୂଜା ଭସାଣୀରେ ଜଣେ ଯୁବକଙ୍କ କାନ୍ଧ ଉପରେ ବସି ବନ୍ଧୁକ ଧରି ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ବନ୍ଧୁକଟି ଅସଲି ହୋଇଥିବା ଶୁଣିବାକୁ ମିଳିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଭସାଣ ଉତ୍ସବରେ କର୍ପୋରେଟଙ୍କୁ ବନ୍ଧୁକ ଧରି ନାଚିବାକୁ ଅନୁମତି ଦେଲା କିଏ ?

ଅନ୍ୟପଟେ ପୋଲିସ ଉପସ୍ଥିତ ଥାଇ ମଧ୍ୟ କର୍ପୋରେଟରଙ୍କୁ ବାରଣ ନକରି ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ତେଣୁ ରାଜନେତାଙ୍କ ଏହି ଭିଡିଓ ମୋବାଇଲକୁ ମୋବାଇଲ ଘୁରିବୁଲିବା ସହ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହେବା ପରେ କର୍ପୋରେଟଙ୍କୁ ଡିସିପି ଅଫିସରୁ ନୋଟିସ ଯାଇଛି । ଏହାସହ ଉକ୍ତ ବନ୍ଧୁକକୁ ଆଣି ଡିସିପି ଅଫିସର ଆଣି ହାଜର ହେବାକୁ ଡିସିପି ଅଫିସ ପକ୍ଷରୁ କୁହାଯାଇଛି ।

ଏନେଇ କର୍ପୋରେଟ ଜୀବନ କହିଛନ୍ତି ଭସାଣି ଉତ୍ସବରେ କେନ୍ଦ୍ରାପଡାରୁ ବାଜା ବାଲା ଡକାଯାଇଥିଲା । ତେଣୁ ଉକ୍ତ ବନ୍ଧୁକଟି ବାଜାବାଲାଙ୍କର ଓ କାଠ ବୋଲି ସେ କହିଛନ୍ତି । ପୂର୍ବରୁ କର୍ପୋରେଟ ଜୀବନଙ୍କ ନାଁ ରେ ମାମଲା ରହିଛି । କିଛିଦିନ ତଳେ ପଳାଶୁଣି ଛକରେ ଜଣେ ପେଟ୍ରୋଲିଂ କରୁଥିବା ପୋଲିସକୁ ମାଡ଼ ମାରି କର୍ପୋରେଟର ଜଣଙ୍କ ଗିରଫ ହୋଇଥିଲେ।

ସୂଚନାନୁସାରେ ଗଣେଶ ପୂଜା ଭସାଣୀରେ କୌଣସି ଅପ୍ରିତୀକର ପରିସ୍ଥିତ ନଉପୁଜେ ସେନେଇ ଶାନ୍ତି ଶୃଙ୍ଖଳାରେ ପରିଚାଳନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଡିଜେ ବାରଣ କରାଯାଇଛି । ଏହାସହ ଭସାଣୀ ଉତ୍ସବରେ ଯେମିତି ଗଣ୍ଡଗୋଳ ଭଳି ସମସ୍ୟା ନଦେଖାଯାଏ ସେନେଇ ପୋଲିସ ଫୋର୍ସ ମୁତୟନ କରାଯାଉଛି। ଏହାସତ୍ତ୍ୱେ ବି କର୍ପୋରେଟ ଜଣଙ୍କ ଭସାଣୀ ଉତ୍ସବରେ ବନ୍ଧୁକ ଧରି ନାଚିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

ପୁରୀରୁ ନବୀନଙ୍କୁ ସିଧା ଟାର୍ଗେଟ କଲେ ମୋହନ ମାଝୀ, କହିଲେ ପୁରୀରେ କରୁଥିଲେ ଏଇ ରାଜନୀତି…

ଭୁବନେଶ୍ୱର,୧୯।୯: ଓଡ଼ିଶାରେ ଭାଜପାର ୧୦୦ଦିନ ପୂରଣ ହେବା ନେଇ ପୁରୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ...

ବ୍ରିଜ୍‌ ଉପରେ ସ୍କୁଟି, ମୋବାଇଲ, ଆଧାରକାର୍ଡ ରଖି ଭରାନଦୀକୁ ଡେଇଁଲେ ଅଙ୍ଗନଓ୍ବାଡ଼ି ସୁପରଭାଇଜର

ଯାଜପୁର ସଦର,୧୯ା୯(ସମୟ ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ବରୁଆଁ ନିକଟସ୍ଥ ଖରସ୍ରୋତା ନଦୀକୁ ଡେଇଁ କୁଆଖିଆ ଥାନା ଅନ୍ତର୍ଗତ ଶ୍ରିବନ୍ତପୁର ଅଞ୍ଚଳର ମନ୍ଦାକିନୀ ସାମଲ...

ସରକାରର ୧୦୦ ଦିନ ପୂର୍ତ୍ତିରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଯେଉଁମାନେ ସୁଭଦ୍ରା ପାଇନାହାନ୍ତି ସେମାନଙ୍କୁ…

ଭୁବନେଶ୍ୱର,୧୯।୯: ସରକାରର ୧୦୦ ଦିନ ପୂର୍ତ୍ତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅଭିଭାଷଣ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଶ୍ରୀମନ୍ଦିର...

ଭୁଟାନ ଆପଣାଇବ ବିଏମ୍‌ସି ମଡେଲ

ଭୁବନେଶ୍ୱର,୧୯ା୯ (ଅନୁରାଧା ମହାରଣା): ଭୁଟାନର ଏକ ପ୍ରତିନିଧି ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍‌ରେ ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ...

ମେଜରଙ୍କୁ ଦୁର୍ବ୍ୟବହାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି, କହିଲେ କାହାରିକୁ ବି…

ଭୁବନେଶ୍ୱର,୧୯ା୯: ରାସ୍ତାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାର ତଦନ୍ତ ହେବ ବୋଲି ଗୁରୁବାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଓ୍ବାଇବି ଖୁରାନିଆ।...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ସବୁ ଜିଲାରେ ହେବ…

ଭୁବନେଶ୍ୱର,୧୯।୯: ରାଜ୍ୟର ସମସ୍ତ ଜିଲାରେ ମେଡିକାଲ କଲେଜ ହେବ। ଗୁରୁବାର ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଘୋଷଣା କରିଛନ୍ତି। ଖୁବଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସ...

ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, ଜଣେ ଗାୟକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୧୯ା୯(ଉତ୍ତମ କୁମାର ଦାଶ): ଭବାନୀପାଟଣାର ସୁପରିଚିତ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri