ଖବରଦାତା ରୋହିତ ବିଶ୍ୱାଳଙ୍କ ବିୟୋଗ: ପରିବାର, ଗ୍ରାମବାସୀ ସ୍ତବ୍ଧ

ମ.ରାମପୁର,୬ା୨: ରୋହିତ ବିଶ୍ୱାଳଙ୍କ ସ୍ତ୍ରୀ ମାଧବୀ, ଗୋଟେ ଝିଅ ଓ ପୁଅ ଅଛନ୍ତି। ପୂର୍ବରୁ ତାଙ୍କର ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ମା’ ରେବତୀ ଓ ସ୍ତ୍ରୀପିଲାଙ୍କ ସହ ରୋହିତ ନିଜ ଗ୍ରାମ ମୋହନଗିରିରେ ରହୁଥିଲେ। ରୋହିତଙ୍କ ଅକାଳ ମୃତ୍ୟୁ ଖବର ପାଇ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡ଼ିଛି। ୧୪ବର୍ଷର ଝିଅ ଆଦ୍ୟାଶା ଏବଂ ୧୨ବର୍ଷର ପୁଅ ଆରୁଶ ବାପା ଛେଉଣ୍ଡ ହୋଇଯାଇଛନ୍ତି। ଏପରି କି ମୋହନଗିରି ଗ୍ରାମ ସ୍ତବ୍ଧ ହୋଇଯାଇଛି। ରୋହିତଙ୍କ ମରଶରୀରକୁ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ସେଠାରେ ପରିବାର ଲୋକ ପହଞ୍ଚତ୍ଛନ୍ତି। ରାତିରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ କହିଛନ୍ତି।

Share