Posted inଜାତୀୟ

ଭ୍ରଷ୍ଟାଚାରୀ ବଡ଼ ପଦାଧିକାରୀ: ଇଣ୍ଡିଆ

ରାଞ୍ଚତ୍,୨୨ା୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତି ବିରୋଧରେ କହୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ମିଥ୍ୟା ଅଭିଯୋଗରେ ସେ ଜେଲରେ ପୂରାଇଛନ୍ତି। ପ୍ରଧାନମନ୍ତ୍ରୀ ଯେତେବେଳେ ଦୁର୍ନୀତି ବିରୋଧରେ କୁହନ୍ତି, ମନେହୁଏ ସତେଯେମିତି ଓସାମା ବିନ୍‌ ଲାଡେନ୍‌ ଓ ଗବ୍ବର ସିଂ ଅହିଂସାର ପୂଜାରୀ ପାଲଟିଯାଇଛନ୍ତି। ଯିଏ ଯେତେ ଅଧିକ ଭ୍ରଷ୍ଟାଚାରୀ, ସିଏ ସେତେ ବଡ଼ ପଦାଧିକାରୀ ବୋଲି ରବିବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ସଞ୍ଜୟ ସିଂ ମୋଦିଙ୍କୁ ସମାଲୋଚନା କରିଛନ୍ତି।
ଜାନୁୟାରୀ ୩୧ରେ ଜମି ଦୁର୍ନୀତି ଅଭିଯୋଗରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ ଏବଂ ମାର୍ଚ୍ଚ ୨୧ରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍‌ ରାଷ୍ଟ୍ରୀୟ ଆବାହକ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ଦୁଇ ନେତା ଜେଲ୍‌ରେ ଅଛନ୍ତି। ଏହି ଗିରଫଦାରି ପ୍ରତିବାଦରେ ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ ପକ୍ଷରୁ ଝାଡ଼ଖଣ୍ଡର ରାଞ୍ଚତ୍ରେ ରବିବାର ଏକ ବିଶାଳ ରାଲିର ଆୟୋଜନ କରାଯାଇଛି। ଆଦିବାସୀଙ୍କ ଅଧିକାର ପାଇଁ ବ୍ରିଟିଶ ବିରୋଧରେ ବିର୍ସା ମୁଣ୍ଡାଙ୍କ ଲଢ଼େଇ ଶୈଳୀରେ ଏହାକୁ ‘ଉଲ୍‌ଗୁଲାନ୍‌ ନ୍ୟାୟ ମହାରାଲି’ ନାମ ଦିଆଯାଇଛି। ଉକ୍ତ ସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଆପ୍‌ର ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌, ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍‌ ପ୍ରମୁଖ ଯୋଗଦେଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ସଭାକୁ ସମ୍ବୋଧିତ କରି କହିଛନ୍ତି, ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର କେଜ୍‌ରିଓ୍ବାଲ ଓ ସୋରେନ୍‌ଙ୍କୁ ଆତଙ୍କିତ କରିବାକୁ ଉଦ୍ୟମ ଚଳାଇଛନ୍ତି। ହେମନ୍ତଙ୍କୁ ଇଣ୍ଡିଆ ବ୍ଲକ୍‌ରୁ ଅଲଗା କରିବା ପାଇଁ ଜେଲକୁ ପଠାଇଛନ୍ତି। ସୋରେନ୍‌ କେନ୍ଦ୍ର ଆଗରେ ମୁଣ୍ଡ ନୁଅଁାଇବା ପରିବର୍ତ୍ତେ ଜେଲ ଯିବାକୁ ଉଚିତ ମଣିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବକୁ ନିମନ୍ତ୍ରଣ ନ କରି ଆଦିବାସୀ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି। ଭାଜପା ଆଦିବାସୀମାନଙ୍କୁ ଅସ୍ପୃଶ୍ୟ ମନେକରିଥାଏ। ଆଦୀବାସୀଙ୍କୁ ଏପରି ଆତଙ୍କିତ କରିବା ଜାରି ରଖିଲେ ଶାସକ ଦଳ ସଫା ହୋଇଯିବ। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ୧୫୦ରୁ ୧୮୦ ଆସନରେ ସୀମିତ ହୋଇଯିବ ବୋଲି ଖାର୍ଗେ ଚେତାବନୀ ଦେଇଛନ୍ତି।
ପ୍ରଭାତ ତାରା ପଡ଼ିଆରେ ଆୟୋଜିତ ଏହି ରାଲିରେ ମୋଟ ୨୮ ରାଜନୈତିକ ଦଳର ନେତାମାନେ ସାମିଲ ହୋଇଥିବା କୁହାଯାଉଛି। ମଞ୍ଚରେ କେଜ୍‌ରିଓ୍ବାଲ ଓ ସୋରେନ୍‌ଙ୍କ ପାଇଁ ଦୁଇଟି ଖାଲି ଚେୟାର ରଖାଯାଇଥିଲା। କେଜ୍‌ରିଓ୍ବାଲଙ୍କ ସ୍ତ୍ରୀ ସୁନୀତା କେଜ୍‌ରିଓ୍ବାଲ ଏବଂ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ କଳ୍ପନା ସୋରେନ୍‌ ମଞ୍ଚାସୀନ ଥିବାରୁ ଉଭୟେ ଆଗକୁ ବଡ଼ ରାଜନୈତିକ ଭୂମିକା ନେବାକୁ ଯାଉଛନ୍ତି ବୋଲି ଏହାକୁ ସନ୍ଦେଶ ରୂପେ ଦେଖାଯାଉଛି।
ସୁନୀତା ନିଜ ଭାଷଣରେ ଭାଜପା ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, କେଜ୍‌ରିଓ୍ବାଲଙ୍କୁ ତିହାର ଜେଲରେ ହତ୍ୟା କରିବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଛି। ତାଙ୍କ ଖାଦ୍ୟ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲଗାଯାଇଛି। ୧୨ ବର୍ଷ ହେଲା ମଧୁମେହ ରୋଗରେ ପୀଡ଼ିତ ଥିବା କେଜ୍‌ରିଓ୍ବାଲଙ୍କୁ ଜେଲରେ ଇନ୍‌ସୁଲିନ୍‌ ନେବାକୁ ଦିଆଯାଉ ନାହିଁ। ଦିଲ୍ଲୀବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଜ ଜୀବନକୁ ବାଜି ଲଗାଇଦେଇଥିବା ସୁନୀତା କହିଛନ୍ତି। ସେହିପରି କଳ୍ପନା ସୋରେନ୍‌ ମଧ୍ୟ କେନ୍ଦ୍ର ବିରୋଧରେ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ସରକାରଙ୍କ ପତନ ଘଟାଇବା ପାଇଁ ଭାଜପା ଉଦ୍ୟମ କରିଛି। କିନ୍ତୁ ଗଣତନ୍ତ୍ରକୁ ଧ୍ୱସ୍ତବିଧ୍ୱସ୍ତ ହେବାକୁ ଦିଆଯିବ ନାହିଁ। ଏହି ଅବସରରେ ସେ ହେମନ୍ତ ଜେଲରୁ ପଠାଇଥିବା ଚିଠିକୁ ପଢ଼ି ଶୁଣାଇଥିଲେ। ବିରୋଧୀଙ୍କ ସ୍ବରକୁ ଚପାଇଦେବା ପାଇଁ ଇଡି ଏବଂ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରାଯାଉଛି। ତେବେ ଏଭଳି ଶକ୍ତିଗୁଡ଼ିକୁ ଝାଡ଼ଖଣ୍ଡରୁ ବାହାର କରିଦିଆଯିବ। ପ୍ରକାଶ ଯେ, ମେ’ ୨୦ରେ ଗଣ୍ଡେ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ କଳ୍ପନା ଲଢ଼ିପାରନ୍ତି। ଅନ୍ୟପକ୍ଷେ ଏହି ସଭାରେ ବିରୋଧୀ ମେଣ୍ଟ ସହଯୋଗୀ ଦଳଗୁଡ଼ିକର କର୍ମୀମାନେ ପରସ୍ପର ଉପରକୁ ଚେୟାର ଫିଙ୍ଗୁଥିବା ଦେଖିବାକୁ ମିଳିଛି। ଭାଜପା ଏହାକୁ ‘ଜଙ୍ଗଲରାଜ’ ବୋଲି ସମାଲୋଚନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ଗଣବଳାତ୍କାର

ଭୋପାଳ,୨୬ା୧୦: ମଧ୍ୟପ୍ରଦେଶରେ ଦୁଇଟି ଜଘନ୍ୟ ବଳାତ୍କାର ସାମ୍ନାକୁ ଆସିଛି। ଗୋଟିଏ ଦେଶର ‘ସବୁଠୁ ସ୍ବଚ୍ଛ ସହର’ ଇନ୍ଦୋରରେ ଏବଂ ଅନ୍ୟଟି ରଓ୍ବୋରେ ଘଟିଛି। ରଓ୍ବୋ ମାମଲାରେ...

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri