କଲମୀ କାଜୁ ଚାରାରୋପଣରେ ଦୁର୍ନୀତି

କେନ୍ଦୁଝର,୧୨ା୧(ଦୀପକ ମିଶ୍ର): କାରଖାନା, ଶିଳ୍ପ, ଖଣି, ଯାନବାହନ ଓ ବସତି ସ୍ଥାପନ ପାଇଁ ପରିବେଶ ପ୍ରଦୂଷିତ ହେବା ସହିତ ଜଙ୍ଗଲ କାଟି ସଫା କରାଯାଉଛି। ଜଙ୍ଗଲ ସଫା ହେବା ଫଳରେ ବନ୍ୟପ୍ରାଣୀ ଗାଁ ମୁହାଁ  ହେଉଛନ୍ତି। ବିରଳ ବନ୍ୟପ୍ରାଣୀଙ୍କ ବଂଶ ଲୋପ ପାଇବାକୁ ବସିଛି। ଏଣୁ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲ ସୃଷ୍ଟି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଆନ୍ତରିକତା ଅଭାବରୁ ଯୋଜନା ଗୁଡ଼ିକ ଫେଲ ମାରୁଥିବା ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲା ସଦର ବ୍ଲକ୍‌ ଅନ୍ତର୍ଗତ ସେଣ୍ଡକାପ ଗ୍ରାମରେ ହୋଇଥିବା କଲମୀ କାଜୁ ଚୋରାରୋପଣ ଏହାର ଏକ ଉଦାହରଣ।
ସୂଚନା ଅନୁଯାୟୀ, ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉଦ୍ୟାନ କୃଷି ବିଭାଗ ଅନୁଦାନ (ଉଦ୍ୟାନ ଉପନିର୍ଦ୍ଦେଶକ କେନ୍ଦୁଝରଙ୍କ ଆର୍ଥିକ ବର୍ଷ ୨୦୨୧-୨୨ ହିତାଧିକାରୀଙ୍କ ସଂଖ୍ୟା ୧୨, କ୍ଷେତ୍ରଫଳ ୮ ହେକ୍ଟର ସ୍ଥାନ)ରେ କଲମୀ କାଜୁ ଚାରା ଲଗା କରାଯାଇଥିଲା। ଏ ନେଇ ଅଟକଳ ପରିମାଣ ୧୯ ଲକ୍ଷ ବ୍ୟୟବରାଦ ହୋଇଥିଲା। ସ୍ଥାନୀୟ ଅଞ୍ଚଳର କିଛି ଶ୍ରମିକଙ୍କୁ ଚାରାରୋପଣ ପାଇଁ ନିୟୋଜିତ କରାଯାଇଥିଲା। ମାତ୍ର ଉକ୍ତ ସ୍ଥାନରେ କାଜୁ ଚାରାରୋପଣ ପରେ ସୁରକ୍ଷା ପାଇଁ ବାଡ ଦିଆଯାଇ ନ ଥିଲା। ଏଥିସହ ରକ୍ଷଣାବେକ୍ଷଣ ଅଭାବରୁ ଚାରାରୋପଣର ୫ ଦିନ ମଧ୍ୟରେ ନଷ୍ଟ ହୋଇଯାଇଥିଲା। ଏଥିସହ ଗଛ ନ ଲାଗି ଟଙ୍କା ଆତ୍ମସାତ କରାଯାଇଥିବା ସ୍ଥାନୀୟ ବାସିନ୍ଦା ଜୟକୃଷ୍ଣ ନାଏକ, ସରୋଜ ସାହୁ, ସସ୍ମିତା ସାହୁ, ଉଜ୍ଜୟିନୀ ମହାନ୍ତ, କୀର୍ତ୍ତିଚନ୍ଦ୍ର ବାରିକ, ସସ୍ମିତା ମହାନ୍ତ, ପ୍ରୀତି ପ୍ରଣତି ମହାକୁଡ଼, ହରିହର ନାଏକ, ବିବେକ ମହାନ୍ତ ଅଭିଯୋଗ କରିଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି। ଅଭିଯୋଗ ଉପରେ କେନ୍ଦୁଝର ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀ କହିଛନ୍ତି, ତାଙ୍କ ନିକଟରେ ଅଭିଯୋଗ ପହଞ୍ଚତ୍ଛି, ସେ ଏହାର ତଦନ୍ତ ପାଇଁ ଦୁଇ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ମଧ୍ୟ ଏହାର ତଦନ୍ତ କରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେଲା ବସନ୍ତ ଉତ୍ସବ

  କୋରାପୁଟ,୧୪।୩(ଅମିତାଭ ବେହେରା): ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଳନ ହେଲା ବସନ୍ତ ଉତ୍ସବ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରୀ-ଛାତ୍ରମାନେ ରଙ୍ଗର ପର୍ବ...

୨୦ ବର୍ଷ ପରେ ମଞ୍ଚ ନାଟକ ମଞ୍ଚସ୍ଥ : ସହରୀ ସଭ୍ୟତାଠାରୁ ଦୂରେଇ ଯାଇନି ମଞ୍ଚ ନାଟକ

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଶୁକ୍ରବାର ନାଟକ ‘ ହଜି ଯାଇଛି ମୁଁ ମୋ ଭିତରେ’ମଞ୍ଚସ୍ଥ ହୋଇଛି। ଏହାକୁ ବରିଷ୍ଠ ଲେଖକ...

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ, ୬୬୦ କେଜି ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଟାଉନ ଥାନା ପୋଲିସ ପଞ୍ଝାରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ। ପୋଲିସ ପାଟ୍ରୋଲିଂ ସମୟରେ ଏହି ଗଞ୍ଜେଇ ଜବତ ହୋଇଛି।...

ପୋଲିସ ଚଢ଼ାଉ : ଦୁଇ ଗିରଫ

ଗୋପାଳପୁର,୧୪।୩(ନବୀନ ରାଜ ଆଚାରୀ): ଶୁକ୍ରବାର ଭୋର ସମୟରେ ମୋରମ ଚୋରା ଚାଲାଣ ବେଳେ ଗୋଳନ୍ଥରା ଥାନା ପୋଲିସ ଚଢାଉ କରି ଦୁଇଟି ଗାଡି ଜବତ କରିବା...

ମଣ୍ଡପ ଦୋଳିରେ ବିଜେ ହେଲେ ଚମ୍ପେଶ୍ୱର ବାବା

ସୋନେପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ପ୍ରସିଦ୍ଧ ଶୈବପୀଠ ଚମ୍ପାମାଳ ଚମ୍ପେଶ୍ବର ମହାଦେବ ଶୁକ୍ରବାର ସାରେ ଭିତିରି ଗମ୍ଭୀରାରୁ ବାହାରି ମଣ୍ଡପ ଦୋଳିରେ ବିଜେ ହୋଇଛନ୍ତି...

ବାହାହୋଇ ଫସିଗଲେ ପ୍ରଦୀପ ମାଝୀ, ୧୨ ବର୍ଷ ବାସନ୍ଦ କଲେ ଜାତିଭାଇ

ମାଲକାନଗିରି,୧୪।୩(ନୃସିଂହ ଚରଣ ମହାନ୍ତି):  ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ...

ବିବାଦୀୟ ପରିସ୍ତିତିକୁ ନେଇ ଶାଶନପଲ୍ଲୀ ଅସାନ୍ତ: ପୋଲିସ ପକ୍ଷରୁ ବସିଲା ଶାନ୍ତିକମିଟି

ପୁରୁଷୋତ୍ତମପର,୧୪।୩ (ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାଶନପଲ୍ଲୀ ଗ୍ରାମରେ ଦୀର୍ଘଦିନଧରି ଲାଗିରହିଥିବା ବିବାଦୀୟ ପରିସ୍ତିତିକୁ ନେଇ ସମଗ୍ର ଗ୍ରାମ ଆଶାନ୍ତ ହୋଇପଡଛି।...

ବ୍ରହ୍ମପୁର ବିଶବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ହ୍ୟାଣ୍ଡବଲ ପୁରୁଷ ଦଳ ଭୁବନେଶ୍ୱର ଗସ୍ତ

ବ୍ରହ୍ମପୁର, ୧୪।୩ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଶୁକ୍ରବାର ସାରେ ପୁରୁଷ ହ୍ୟାଣ୍ଡବଲ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତିl ଭୁବନେଶ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image