ମନରେଗାରେ ମହାଦୁର୍ନୀତି: କାମ ନ କରି ଟଙ୍କା ହଡ଼ପ ଅଭିଯୋଗ

ଥୁଆମୂଳ ରାମପୁର,୪ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡ଼େପଦର ପଞ୍ଚାୟତରେ ମନରେଗା ଯୋଜନା ଅର୍ଥ ହଡ଼ପ ହୋଇଥିବା ଭଳି ଏକ ସଂଗୀନ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଏହି ପଞ୍ଚାୟତର ଖମାରପଦର ଗ୍ରାମରେ ମନରେଗା ଯୋଜନାରେ କାର୍ଯ୍ୟାଦେଶ ନଂ ୧୨୫୪୩ (୨୪୧୦୦୦୭୦୧୩/ପିସି/୧୦୯୧୮୨୨୩) ଅନୁସାରେ ପଥର ହୁଡ଼ା କାର୍ଯ୍ୟ କରିବା କଥା ହେଲେ ଉକ୍ତ କାର୍ଯ୍ୟ ନ କରି ଉଭୟ ଜି.ଆର୍‌.ଏସ୍‌ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଞ୍ଚକତା କରି କିଛି ଶ୍ରମିକଙ୍କ ଆକାଉଣ୍ଟ ଯାହାକି ମଧୁବାବୁ ପେନ୍‌ସନ୍‌ ଯୋଜନା ପାଉଥିବା ହିତାଧିକାରୀଙ୍କ ଖାତାରେ ଟଙ୍କା ଜମା କରି ଅର୍ଥ ବାଟମାରଣା କରିଥିବା ସ୍ଥାନୀୟ ଜନପ୍ରତିନିଧି ଯଥା ଓ୍ବାର୍ଡମେମ୍ବର, ପଞ୍ଚାୟତ ସମିତି ମେମ୍ବର ଓ ନାଏବ ସରପଞ୍ଚ ବିଡିଓଙ୍କଠାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀମାନେ ହେଲେ ନାଏବ ସରପଞ୍ଚ ମହେନ୍ଦ୍ର ନାଏକ, ଓ୍ବାର୍ଡସଭ୍ୟ/ସଭ୍ୟା ଲକ୍ଷ୍ମୀ ନାଏକ, ଲକ୍ଷ୍ମୀ ମାଝୀ, ରୁମକି ଗଉଡ଼, ଚନ୍ଦ୍ର ମାଝୀ, ତ୍ରିନାଥ ମାଝୀ ଓ ସୂର୍ଯ୍ୟ ମାଝୀ ପ୍ରମୁଖ। ବିଡିଓଙ୍କୁ ଏହାର ସତ୍ୟାସତ୍ୟ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।

ସେଭଳି ଗତ ମାସ ୨୬ ତାରିଖରେ ମଧ୍ୟ ଅଡ୍ରି ପଞ୍ଚାୟତସ୍ଥିତ ଢୋଲପାସ ଗ୍ରାମରେ ମନରେଗା ଯୋଜନାର ଝିମିକ୍‌ଡଙ୍ଗରଠାରେ ପଥର ବନ୍ଧେଇ ପାଇଁ ଆସିଥିବା ୫ ଲକ୍ଷ ଟଙ୍କାର କିଛି କାମ ନ କରି ଗାଁ ସାଥୀ, ଜି.ଆର୍‌.ଏସ୍‌, ପଞ୍ଚାୟତ ନିର୍ବାହ ଅଧିକାରୀ, ସରପଞ୍ଚ ଏବଂ କନିଷ୍ଠଯନ୍ତ୍ରୀ ଏମାନେ ମିଶି ବ୍ୟାପକ ଭାବରେ ଅନିୟମିତତା କରି ଟଙ୍କାକୁ ହଡ଼ପ କରିଥିବା ନେଇ କିଛି ଓ୍ବାର୍ଡମେମ୍ବରଙ୍କ ସମେତ ଗ୍ରାମବାସୀ ଥୁଆମୂଳ ରାମପୁର ଥାନାରେ ଏବଂ ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ଏହାର ତଦନ୍ତ ହୋଇ ନାହିଁ। ଥୁଆମୂଳ ରାମପୁର ବ୍ଲକରେ ଦିନକୁ ଦିନ ମନରେଗା ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିଲା ବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନୀରବଦ୍ରଷ୍ଟା ସାଜିବା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛ। ବ୍ଲକର ପ୍ରତ୍ୟେକ ମନରେଗା ଯୋଜନାରେ ଯୋଦି ସଠିକ୍‌ ଭାବରେ ଭିଜିଲାନ୍ସର ତଦନ୍ତ ହୁଏ ତେବେ ଏଠାରେ ବହୁତ ବଡ଼ ବଡ଼ ଅଫିସର୍‌, ରାଜନେତା, ଠିକାଦାରଙ୍କ ସଂପୃକ୍ତି ଥିବା ଲୋକଲୋଚନକୁ ଆସିବ ବୋଲି ବିଭିନ୍ନ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ଏ ସମ୍ପର୍କରେ ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ଏହାର କ’ଣ। ହୋଇଛି ମୁଁ କିଛି ଜାଣିନାହିଁ, କିନ୍ତୁ ଘଟଣାର ଦତନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର STF ଟିମ୍‌

ଝାରସୁଗୁଡ଼ା,୨୧।୪: ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ଏକ STF ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ମୁର୍ଶିଦାବାଦ ଦଙ୍ଗା ଘଟଣାରେ STF ଟିମ୍‌ ଏହି ଛାନଭିନ୍‌ କରୁଥିବା ସୂଚନା...

କିଏ ହେବେ ପୋପ ଫ୍ରାନ୍ସିସଙ୍କ ଉତ୍ତରାଧିକାରୀ: ଆଗରେ ଅଛି ଏମାନଙ୍କ ନାଁ

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ଘଟିଛି। ଭାଟିକାନ ସିଟି ଅନୁଯାୟୀ, ପୋପ ସୋମବାର ସ୍ଥାନୀୟ ସମୟ...

Viral Video: ବିବାହରେ ବରବଧୂଙ୍କୁ ବନ୍ଧୁମାନେ ଉପହାରରେ ଦେଲେ ‘ନୀଳ ଡ୍ରମ’, ପରେ ଯାହା ହେଲା ଦେଖିଲେ…

ଉତ୍ତର ପ୍ରଦେଶର ହମିରପୁରରେ ଏକ ନବ ବିବାହିତ ଦମ୍ପତିଙ୍କୁ ବିବାହ ମଞ୍ଚରେ ସେମାନଙ୍କ ବନ୍ଧୁମାନେ ଏକ ନୀଳ ଡ୍ରମ ଉପହାର ଦେଇଥିଲେ। ଏହି ଭିଡିଓ ଆଜିକାଲି...

୩ ସପ୍ତାହରେ ପ୍ରାୟ ୬,୨୦୦ ଟଙ୍କା ମହଙ୍ଗା ହେଲା ସୁନା, ଏବେର ଦାମ୍‌ ଜାଣିଲେ ଉଡିବ ହୋସ

ନୂଆଦିଲ୍ଲୀ,୨୧।୪: ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଦର। ସୋମବାର ଦେଶର ଫ୍ୟୁଚର୍ସ ମାର୍କେଟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ରେକର୍ଡସ୍ତର ଛୁଇଁଛି।...

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ, ଏସପି: ସହାୟତା କଲେ ପ୍ରଦାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗରରେ ସୋମବାର ଜିଲାସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ...

ପୂରଣ ହେବ କି ପୋପ ଫ୍ରାନ୍ସିସଙ୍କ ଶେଷ ଇଚ୍ଛା: ଜାଣନ୍ତୁ କ’ଣ ଥିଲା

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ଦେହାନ୍ତ, ଯାହା ସାରା ବିଶ୍ୱରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଶୋକର ଛାୟା ଖେଳାଇ...

କେବଳ ଜଣେ ଖେଳାଳିଙ୍କୁ ପ୍ରମୋଶନ ଦେଲା BCCI, କିଏ ସେ ଭାଗ୍ୟଶାଳୀ?

ନୂଆଦିଲ୍ଲୀ,୨୧।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ୨୦୨୪-୨୫ ସିଜିନ ପାଇଁ ଏହାର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସାମିଲ କରିଛି।...

ପ୍ରତାପୁର ଗ୍ରାମରେ କଳିକଳୁଷ ନାଶ ବିଶ୍ୱଶାନ୍ତି ମହାଯଜ୍ଞ

ପୁରୁଷୋତ୍ତମପୁର,୨୧।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରତିଷ୍ଠିତ କିମ୍ବଦନ୍ତୀପୂର୍ଣ୍ଣ ତୁମ୍ବେଶ୍ବର ମହାଦେବଙ୍କ ପୀଠରେ ରାଜ୍ୟ,ଦେଶ ସହ ବିଶ୍ବର ମଙ୍ଗଳ ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image