ଆମ ଜଙ୍ଗଲ ଯୋଜନାରେ ଦୁର୍ନୀତି: ନିଲମ୍ବିତ ହେଲେ ଫରେଷ୍ଟର

କୋକସରା,୮।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ବନାଞ୍ଚଳ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଆମ ଜଙ୍ଗଲ ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକଙ୍କ ଲକ୍ଷାଧିକ ଟଙ୍କା ବାଟମାରଣା ମାମଲାରେ ଦକ୍ଷିଣ ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ ଫରେଷ୍ଟର ନାଗଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
ଏ ନେଇ ଧର୍ମଗଡ ରେଞ୍ଜ ଅଧିକାରୀ ଭାବନୀ ଶଙ୍କର କଅଁର କହିଛନ୍ତି, ଗତ ମାର୍ଚ୍ଚ ୨୧ ତାରିଖରେ ୬ଟି ଜଙ୍ଗଲ ସୁରକ୍ଷା କମିଟିର ସଭାପତି, ସମ୍ପାଦକ ଏବଂ ଶ୍ରମିକମାନେ ମଜୁରି ଆତ୍ମସାତ ଅଭିଯୋଗରେ ଫରେଷ୍ଟର ଏବଂ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆନ୍ଦୋଳନ କରିଥିଲେ । ଏହାର ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜଗନ୍ନାଥ ନାଗ ନିଲମ୍ବିତ ପରେ ମନୀଷା ପଟ୍ଟନାୟକଙ୍କୁ ଆମପାଣି ଫରେଷ୍ଟର ଭାବେ ଦାୟିତ୍ୱ ଦିଆ ଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଲିଛି ।

Share