ପାଇପ ବିଛାରେ ଦୁର୍ନୀତି, ଭିଜିଲାନ୍ସ ଡିଏସ୍‌ପିଙ୍କୁ ଭାଜପାର ଦାବିପତ୍ର

କେନ୍ଦୁଝର, ୧୯।୫(ସ୍ବ.ପ୍ର.): କେନ୍ଦୁଝର ସହରରେ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ତଦନ୍ତ ପାଇଁ ଭାଜପା ପକ୍ଷରୁ ଭିଜିଲାନ୍ସ ୟୁନିଟରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସମେତ ପୌରଧ୍ୟକ୍ଷା ନିକୁ ସାହୁ, ଶିବ କୁମାର ରାଠୋର, ମମିତା ନାୟକ, ପ୍ରକାଶ ସୂତ୍ରଧର, ସତ୍ୟବ୍ରତ ନାୟକ, ସବିର ଦାସ ସମେତ ଭିଜିଲାନ୍ସ ଡିଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଟେଣ୍ଡରରେ ଜାଲିଆତି କରି ବ୍ୟାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ କରି ମାମଲାର ତଦନ୍ତ କରିବାକୁ ଦାବି କରାଯାଇଛି।

Share