ରଘୁନାଥପୁର,୪।୨(ଡି.ଏନ୍.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦନ୍ତ ବେଳେ ରଘୁନାଥପୁର ବ୍ଲକର ଜଗନ୍ନାଥପୁର ପଞ୍ଚାୟତରେ ଦୁର୍ନୀତି ହୋଇଥିବା ନେଇ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ତଦନ୍ତବେଳେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇ ଅଯୋଗ୍ୟମାନଙ୍କୁ ତାଲିକାଭୁକ୍ତ କରାଯାଇଛି ବୋଲି ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ପଞ୍ଚାୟତର ବାବାଜୀ ସାହୁ, ସୁମିତ୍ରା ସାହୁ ଓ ରୟାଲ ଭୋଇଙ୍କ କହିବାନୁଯାୟୀ, ଯେଉଁମାନଙ୍କ କୋଠାଘର, ଚାରିଚକିଆ ଯାନ ଅଛି ସେମାନଙ୍କ ନାମ ତାଲିକାରେ ରହିଛି। ଏହାଛଡା ପୂର୍ବରୁ କେତେଜଣଙ୍କ ପରିବାରରେ ସ୍ବାମୀଙ୍କୁ ଘର ମିଳିଥିବାବେଳେ ସ୍ତ୍ରୀଙ୍କୁ ମଧ୍ୟ ଚଞ୍ଚକତା କରାଯାଇ ତାଲିକାଭୁକ୍ତ କରାଯାଇଛି। ଚକ୍ରଧର ସେନାପତିଙ୍କ ଝିଅ ଚାରୁଲତା ସେନାପତି, ବାଇଧର ସେଠୀଙ୍କ ବିଧବା ଝିଅ ବୀଣା ରାଉତ, କୃଷ୍ଣ ସେଠୀଙ୍କ ଝିଅ ଗୌରୀ ସେଠୀ ଓ ପହଲି ସ୍ବାଇଁଙ୍କ ପୁଅ ସୁମନ୍ତ ସ୍ବାଇଁଙ୍କ ଭଳି ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ନାହିଁ। ଏଥିରେ ଦୁର୍ନୀତି ହୋଇଥିବା ନେଇ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏନେଇ ତଦନ୍ତରେ ସ୍ବଚ୍ଛତା ଆଣି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ଦାବି ହୋଇଛି। ଏଥିସହ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଶରତ ବେହେରା, ଦୀପା ଭୋଇ, ମିନତୀ ଭୋଇ, ସୁବାସ ଦାସ, ଶୁକ ଭୋଇ, ଅନିତା ଭୋଇ ଓ ମାନସୀ ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ,୫-ଟି ସଚିବ, ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି।