ଶୁକଳଗାଡ଼ିଆ ଜଳବିଭାଜିକାରେ ଦୁର୍ନୀତି

ନୟାଗଡ଼,୪।୧୦(ଲୋକନାଥ ମିଶ୍ର)ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ନୟାଗଡ଼ ବ୍ଲକ ଶୁକଳଗାଡ଼ିଆ ମଞ୍ଚେଶ୍ୱର ପୋଖରୀ କାମରେ ୧୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ ହୋଇଥିବା ଅଭିଯୋଗ ହୋଇଛି ।ଉକ୍ତ କାମ ଜୟ ଜଗନ୍ନାଥ ଜଳ ବିଭାଜିକା ଚମ୍ପତିପୁର କମିଟି ନାଁରେ କରାଯାଇଥିବା ଦର୍ଶାଯାଇଛି । ୨୫ ଲକ୍ଷ ଟଙ୍କାର କାମକୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିଲ୍‌ ହୋଇଛି । ଶିଆଳିଖାଲ ପରେ ସୁକଳଗାଡିଆ ମଞ୍ଚେଶ୍ୱର ପୋଖରୀ ଦୁର୍ନୀତି ମୃତ୍ତିକା ସଂରକ୍ଷଣ ବିଭାଗକୁ ହରଡଘଣାରେ ପକାଇଛି । ନୟାଗଡ଼ ପରି ପାହାଡିଆ ଜିଲାରେ ଜଳ ବିଭାଜିକା ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି ।
ସୂଚନା ଅନୁଯାୟୀ, ବଳରାମ ପାହାଡ଼ର ନିଷ୍କାସିତ ପାଣିରେ ସୃଷ୍ଟି ନୟାଗଡ଼ ବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଶିଆଳି ଖୋଲ ବନ୍ଧରେ ଆଡିବନ୍ଧ କରି ୨୪ ଲକ୍ଷ ଟଙ୍କା ସରକାରୀ ଅନୁଦାନ ହଡପ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ନୟାଗଡ଼ ଜିଲା ପରିଷଦ ଚେୟାରମ୍ୟାନ୍‌ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ୍‌ ଗତ ସେପ୍ଟେମ୍ବର ୨୯ରେ ଜଳବିଭାଜିକା ପରିଦର୍ଶନରେ ଯାଇ ଅନିୟମିତତା ଗୁମର ଖୋଲିଥିଲେ। ଆଡିବନ୍ଧର ମେଜେରେମେଣ୍ଟ ବୁକ୍‌ ଜିଲା ପରିଷଦ ସଭାପତି ଓ ସଭ୍ୟଙ୍କୁ ମୃତ୍ତିିକା ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକଙ୍କ ସମେତ କର୍ମଚାରୀ ଦେଖେଇ ନ ପାରି ଅପଦସ୍ତ ହୋଇଥିଲେ । ଜିଲା ପରିଷଦ ପକ୍ଷରୁ ଏହାର ମେଜରମେଣ୍ଟ କରାଯିବା ପରେ ଦୁର୍ନୀତି ହୋଇଥିବାର ପ୍ରମାଣ ମିଳିଥିଲା । ପ୍ରକଳ୍ପ ପାଇଁ ୨୪ ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ତେବେ ୨୪ ଲକ୍ଷ ୬୮ ହଜାର ୪୨୬ ଟଙ୍କା ବିଲ୍‌ ହୋଇଥିଲା । ଶୁକଳଗାଡିଆ ପୋଖରୀ ଦୁର୍ନୀତି ନେଇ ଜଣେ ଚାଷୀ କହିଛନ୍ତି, ଆମ ଗଁାରେ ପୋଖରୀ କାମ କରିବା ପାଇଁ ଯେଉଁ କମିଟି ହୋଇଛି ସେ କମିଟି କାମ କରିବାକୁ ମନା କଲା । ୨୫ ଲକ୍ଷ ଟଙ୍କାର କାମ କରିବାକୁ ନିଜର ଅସମର୍ଥ ପ୍ରକାଶ କଲା କମିଟି । ତେବେ କମିଟିର ଜଣେ ସଭ୍ୟ ମୃତ୍ତିକା ସଂରକ୍ଷଣ ବିଭାଗର ଜଣେ କର୍ମଚାରୀ ଓ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଧରାଧରି କରି ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦୁର୍ନୀତି କରିଛନ୍ତି । ପୋଖରୀରେ ଜେସିବି ଲଗାଇ ୧ରୁ ୩ ଲକ୍ଷ ଟଙ୍କାର କାମ କରି ଅଧାପନ୍ତରିଆ ଭାବେ ଛାଡି ଦେଇଛନ୍ତି । ପୋଖରୀ ଆଗକୁ ଯେପରି ଥିଲା ଏବେ ସେପରି ଅଛି । ଟଙ୍କା ଆତ୍ମସାତ୍‌ ପାଇଁ ମୃତ୍ତିକା ସଂରକ୍ଷଣ ବିଭାଗର କର୍ମଚାରୀ କେତେଜଣ ଚାଷୀ ନେତାଙ୍କୁ ହାତ କରି ଦୁର୍ନୀତି କରିଛନ୍ତି । ଶିଆଳିଖାଲ ଦୁର୍ନୀତି ଧରାପଡିବା ପରେ ଆମେ ଆମ ଅଞ୍ଚଳର ଦୂର୍ନୀତି ପଦାକୁ ବାହାରୁ ବୋଲି ଦାବି କରୁଛୁ ।
ଯେଉଁ ପ୍ରକାର ଦୁର୍ନୀତି ମୃତ୍ତିକା ସଂରକ୍ଷଣ ବିଭାଗରେ ଚାଲିଛି ଅଭିଯୋଗକାରୀ ନାଁ ଜାଣିଲେ ଟଙ୍କା ଦେଇ, ମାରପିଟ୍‌ କରି ମୁହଁ ବନ୍ଦ କରୁଛନ୍ତି । ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସିବ । ନୟାଗଡ଼ର ଚାଷୀ ବଳରାମ ନାୟକ କୁହନ୍ତି, ଶୁକଳଗାଡିଆ ମଞ୍ଚେଶ୍ୱର ପୋଖରୀ କାମରେ ଜଣେ ଚାଷୀ ନେତା ଓ ମୃତ୍ତିକା ସଂରକ୍ଷଣ ବିଭାଗର କର୍ମଚାରୀ ଓ ଅଧିକାରୀ ମିଶି ସରକାରୀ ଅନୁଦାନକୁ ଆମତ୍ସାତ୍‌ କରିଛନ୍ତି । ଘଟଣା ଆଗକୁ ନ ବଢ଼ିବା ପାଇଁ ସବୁ ପ୍ରକାରର ଉଦ୍ୟମ କରିଛନ୍ତି । ଗଣମାଧ୍ୟମରେ ଖବର ପ୍ରକାଶନ ନ କରିବା ପାଇଁ ଚାଷୀମାନଙ୍କୁ ଚାପ ପ୍ରୟୋଗ କରି ଧମକଚମକ ଦେଉଛନ୍ତି ।
ଏପରି କି ସବୁ କିଛି ଠିକ ଅଛି, କାହାକୁ କିଛି କୁହନି ବୋଲି କହୁଛନ୍ତି । ଏହି ଦୂର୍ନୀତି ଘଟଣାରେ ଜଡ଼ିତ ଥିବା ମୃତ୍ତିକା ସଂରକ୍ଷଣ ବିଭାଗର ଜଣେ ପ୍ରକଳ୍ପ ନିର୍ଦ୍ଦେଶକ ଅବସର ନେଇ ସାରିଲେଣି । ତାଙ୍କ ସମୟରେ ଅନେକ ଦୁର୍ନୀତି ରହିଛି ଯାହାକି ତଦନ୍ତ କଲେ ପଦାକୁ ଆସିବ । ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କୁହନ୍ତି, ଶିଆଳିଖୋଲ ଜଳବିଭାଜିକାକୁ ଜିଲା ପରିଷଦ କମିଟି ଅନୁଧ୍ୟାନ କରି ଫେରିଛି ।
ଶୁକଳଗାଡ଼ିଆ ଜଳବିଭାଜିକା ପ୍ରକଳ୍ପର ହେରଫେରି ଜଣାପଡିବା ପରେ ଆମ କମିଟି ଅନୁଧ୍ୟାନ କରି ପଦକ୍ଷେପ ନେବ ବୋଲି କହିଛନ୍ତି । ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର ପରିଡ଼ା କୁହନ୍ତି, ମୁଁ ନୂଆ କରି କାର୍ଯ୍ୟରେ ଯୋଗ ଦେଇଛି । ଅଭିଯୋଗ ଆସୁଥିବା ଶୁକଳଗାଡିଆ ଜଳବିଭାଜିକାର ତଦନ୍ତ କରାଯିବା ପରେ ଯାହା କିଛି କୁହାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image