କରୋନା ମହାମାରୀ ସମ୍ପର୍କିତ ଦୁର୍ନୀତି: କେନ୍ଦ୍ର ସରକାରଙ୍କ ପାଖରେ ୪୦ ହଜାର ଅଭିଯୋଗ

ନୂଆଦିଲ୍ଲୀ,୭।୧୨: କରୋନା ମହାମାରୀ ଦେଶରେ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ଚିକିତ୍ସା ତଥା ଅନ୍ୟ କେତେକ କ୍ଷେତ୍ରରେ ଦୁର୍ନୀତି ବଢ଼ିବାରେ ଲାଗିଛି। କରୋନା ମହାମାରୀକୁ ନେଇ ଦୁର୍ନୀତି ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିନ୍ତା ପ୍ରକାଶ ପାଇଛି। ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ପାଖରେ କରୋନା ମହାମାରୀ ସମ୍ପର୍କିତ ୪୦ ହଜାର ଦୁର୍ନୀତି ଅଭିଯୋଗ ଦାଖଲ ହୋଇଛି। ସରକାରୀ ଅଧିକାରୀ ଲାଞ୍ଚ ନେଉଥିବା, ସରକାରୀ ଅର୍ଥ ହଡ଼ପ ଏବଂ ନିର୍ଯାତନା ଆଦି ମାମଲାର ସରକାରଙ୍କ ପାଖରେ ପହଞ୍ଚିଛି। କରୋନା ମହାମାରୀ ସମ୍ପର୍କିତ ମାମଲାର ତୁରନ୍ତ ବିଚାର ପାଇଁ ସରକାରଙ୍କ ପକ୍ଷରୁ ଏପ୍ରିଲ୍‌ରେ ସ୍ବତନ୍ତ୍ର ପୋର୍ଟାଲ ନିର୍ମିତ ହୋଇଥିଲା। ଇତିମଧ୍ୟରେ ପୋର୍ଟାଲ ମାଧ୍ୟମରେ ଲକ୍ଷେ ୬୭ ହଜାର ଅଭିଯୋଗ ଦାଖଲ ହୋଇଥିବାବେଳେ ଲକ୍ଷେ ୫୦ ହଜାର ଅଭିଯୋଗକୁ ବିଚାର ପାଇଁ ଗ୍ରହଣ କରାଯାଇଛି।

Share