କେନ୍ଦୁଝର,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ପିଟାପିଟି ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ପାଇଁ ବୁଧବାର ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବହୁ ସଂଖ୍ୟାରେ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ଯାଇ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ଅନେକ କାମ ଶେଷ କରା ନ ଯାଇ ବିଲ୍ ପୈଠ ହୋଇଥିବା ଅଭିଯୋଗ ହୋଇଛିା ଏହିସବୁ ଦୁର୍ନୀତିର ତଦନ୍ତ କରାଗଲେ ବହୁ ଅନିୟମିତତା କାର୍ଯ୍ୟ ପଦାକୁ ଆସିପାରିବ ବୋଲିସ ମୋନେ କହିଛନ୍ତି ।