ନୂଆଦିଲ୍ଲୀ,୧୮।୧୦: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ପୁଣି ଥରେ ଆଦାନୀ ଗ୍ରୁପ ଏବଂ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ ‘ଆଦାନୀ ଏବଂ କୋଇଲା ମୂଲ୍ୟରେ ରହସ୍ୟମୟ ବୃଦ୍ଧି’ ଉପରେ ଏକ ଗଣମାଧ୍ୟମ ରିପୋର୍ଟକୁ ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏନେଇ ଭାଜପା ମୁଖପାତ୍ର ଗୌରବ ଭାଟିଆ ରାହୁଲଙ୍କ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଦୁର୍ନୀତି ନିଜେ କଂଗ୍ରେସର ଡିଏନଏରେ ଅଛି। ନ୍ୟାଶନାଲ ହେରାଲ୍ଡ ପ୍ରସଙ୍ଗରେ କଂଗ୍ରେସ କାହିଁକି ଚୁପ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ପରିବାର ଦୁନିଆର ସବୁଠାରୁ ଦୁର୍ନୀତିଗ୍ରସ୍ତ। ଦୁର୍ନୀତି ମାମଲାରେ ଉଭୟ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଜାମିନରେ ଅଛନ୍ତି। ସେ (ରାହୁଲ ଗାନ୍ଧୀ) ନ୍ୟାଶନାଲ ହେରାଲ୍ଡ ସ୍କାମ ଏବଂ ରବର୍ଟ ଭଦ୍ରାଙ୍କ ଦୁର୍ନୀତି ବିଷୟରେ କହିବେ ନାହିଁ। ସାଧାରଣ ଟଙ୍କା ଲୁଟିବାରେ କଂଗ୍ରେସର ଏକ ପୁରୁଣା ଅଭ୍ୟାସ ରହିଛି। ଦୁର୍ନୀତି କଂଗ୍ରେସର ଡିଏନଏରେ ଅଛି। ଯେଉଁ ୫ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ସେଠାରେ କଂଗ୍ରେସର ପରାଜୟ ନିଶ୍ଚିତ। ସମସ୍ତ ପାଞ୍ଚଟି ରାଜ୍ୟରେ ବିଜୟ ହାସଲ କରିବ ବୋଲି ସେ କହିଛନ୍ତି।