ଗୋପାଳପୁର, ୨୬।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଶନିବାର ବିଜୁ ଜନତା ଦଳ (ବିଜେଡି)ର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ବିଜେଡି ସଭାପତି ତଥା ରାଜ୍ୟ କୋଠା ବାଡ଼ି ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଡା. ରମେଶ ଚନ୍ଦ୍ର ପଟ୍ଟନାୟକ, ରଙ୍ଗେଈଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସିଏଚ୍ ଉଷା ରାଣୀ ଓ ଉପାଧ୍ୟକ୍ଷ ଅଜିତ କୁମାର ଦାସଙ୍କ ସମେତ ଅନ୍ୟ ବିଜେଡି କର୍ମୀମାନେ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଜରାଶ୍ରମ ଯାଇ ଅନ୍ତେବାସୀଙ୍କୁ ଫଳମୂଳ ଓ ଶୀତ ବସ୍ତ୍ର ବଣ୍ଟନ କରିଥିଲେ l ଏହାପରେ ଗୋପାଳପୁର ପାନ୍ଥନିବାସ ଠାରେ ବିଜେଡି ସଭାପତି ଅଧ୍ୟକ୍ଷତାରେ ସାଧାରଣ ବୈଠକ ହୋଇଥିଲା l ୫୫ ନଂ. ଜୋନ ଜିଲା ପରିଷଦ ସଭ୍ୟ ଶଶୀଭୁଷଣ ମହାନ୍ତି ସଭାପତିତ୍ୱ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଦୁର୍ନୀତି ହେଉଛି ବଡ଼ ଶତ୍ରୁ। ନବୀନ ସରକାରଙ୍କ ସ୍ବଚ୍ଛ ଶାସନରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ l କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ସେ ବର୍ଷିଥିଲେ l ଏଥିସହ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ସୁଦୃଢ କରିବା ପାଇଁ ଜିଲା ସଭାପତି ଡା.ପଟ୍ଟନାୟକ ଆହ୍ବାନ ଦେଇଥିଲେ l ଏହି ଅବସରରେ ସିଏଚ ଡିଲେଶ୍ୱର ରେଡି, ସିଏଚ ଭରତ ପାତ୍ର, ଦୀପକ ସାମନ୍ତ, ପ୍ରତାପ ଚନ୍ଦ୍ର କୋଠିଆଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ।