ନାରୀ ଶିକ୍ଷିତା ହେଲେ ଦୁର୍ନୀତି ହଟିବ

ସୋନପୁର,୧୫।୧୧(ନି.ପ୍ର.): ସୋନପୁର ବ୍ଲକ ନାରାୟଣପୁର ଗ୍ରାମ୍ୟ ପାଠାଗାର ପରିସରରେ ନାରୀ ଶିକ୍ଷାକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପାଠାଗାର ପକ୍ଷରୁ ଆୟୋଜିତ ଏହି ଆଲୋଚନାଚକ୍ରରେ କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେ ଆଲୋଚକଭାବେ ଯୋଗଦାନ କରି ନାରୀ ଶିକ୍ଷାର ପ୍ରସାର ଓ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ନାରୀ ଶିକ୍ଷିତ ହେଲେ ସମାଜରୁ ଦୁର୍ନୀତି ହଟିବା ସହିତ ଦେଶରେ ସାକ୍ଷରତା ହାର ବୃଦ୍ଧି ପାଇବ ବୋଲି ପାଣ୍ଡେ କହିଥିଲେ। ଆଲୋଚନାଚକ୍ରକୁ କମଳାକାନ୍ତ ସେଠୀ ସଂଯୋଜନା କରିଥିଲେ। ସଇକୋଥେରାପି ଶିବା କର୍ମୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିରଞ୍ଜନ କର୍ମୀ ଓ ଜପ କର୍ମୀ ସହଯୋଗ କରିଥିଲେ। ଲାସାରାଣୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ନାରାୟଣପୁର ଗ୍ରାମର ମହିଳା, ପୁରୁଷ ଓ ଛାତ୍ରୀଛାତ୍ର ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ ।

Share