ଭୁବନେଶ୍ୱର,୨୦ା୨(ବନ୍ଦନା ସେଠୀ): ପଞ୍ଚାୟତିରାଜ ବିଭାଗରେ ଗତ ୫ବର୍ଷରେ ୨୮କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ମଙ୍ଗଳବାର ବିଧାନସଭାରେ ତଥ୍ୟ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ। ଉକ୍ତ ତଥ୍ୟ ଅନୁଯାୟୀ, ବିଜେଡି ସରକାରଙ୍କ ଅମଳରେ ୨୦୨୦-୨୧ ଆର୍ଥିକ ବର୍ଷରେ ୯କୋଟି ୧୩ଲକ୍ଷ ୨୮ହଜାର ଟଙ୍କାର ଦୁର୍ନୀତି ହୋଇଛି। ସେହିପରି ୨୦୨୧-୨୨ ବର୍ଷରେ ୪ କୋଟି ୨୮ଲକ୍ଷ ୧୬ହଜାର ଟଙ୍କା, ୨୦୨୨-୨୩ ବର୍ଷରେ ୯ କୋଟି ୧୭ ଲକ୍ଷ ଟଙ୍କା ଏବଂ ୨୦୨୩-୨୪ରେ ୩ କୋଟି ୮୦ ଲକ୍ଷ ୩୭ ହଜାର ଟଙ୍କାର ବଡ଼ ଦୁର୍ନୀତି ହୋଇଛି। ଏହା କେବଳ ୫ବର୍ଷର ତଥ୍ୟ ହୋଇଥିବାବେଳେ ବିଭାଗରେ ଆହୁରି ଅନେକ ଦୁର୍ନୀତି ହୋଇଥିବା ନେଇ ମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି।