ଖର୍ଚ୍ଚ ଅଧିକ,ଚାହିଦା ମୁତାବକ ପାଣି ମିଳୁନି

ଯାଜପୁର ଅଫିସ,୪ା୫: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି)ପାଣ୍ଠିରେ ନିର୍ମାଣ ହେଉଥିବା ୩ଟି ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପରୁ ନିର୍ଦ୍ଧାରିତ ଗ୍ରାମବାସୀଙ୍କୁ ଏଯାଏ ସ୍ବଚ୍ଛ ପାଣି ମିଳି ନାହିଁ। ଗତ ୩୧ା୩ା୨୦୨୩ ଏହି ୩ ପ୍ରକଳ୍ପର ନିର୍ଦ୍ଧାରିତ ମୂଲ୍ୟ ୨୩୨.୭୫ କୋଟି ଟଙ୍କା ମଧ୍ୟରୁ ବର୍ଦ୍ଧିତ ଦର ସହ ୨୩୯.୬୪ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ତଥାପି ସୁକିନ୍ଦା ଖଣି ପ୍ରଭାବିତ ଅଞ୍ଚଳବାସୀ ପୁଣି ପାଣି ପାଇଁ ଡହଳବିକଳ ହେବେ ବୋଲି ମତପ୍ରକାଶ ପାଇଛି। ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ(ଏନସିସି)ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଉକ୍ତ ୩ଟି ପ୍ରକଳ୍ପର ନିର୍ମାଣ ସମୟରେ ବ୍ୟାପକ ତ୍ରୁଟି, ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ଆଦି ଅନିୟମିତତା ଯୋଗୁ ପ୍ରକଳ୍ପଗୁଡ଼ିକର ଦୀର୍ଘସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଖଣି ସମ୍ବନ୍ଧୀୟ କାର୍ଯ୍ୟକଳାପ ହେତୁ ଜଙ୍ଗଲ ତଥା ପରିବେଶରେ ହୋଇଥିବା କ୍ଷତିର ପୁନରୁଦ୍ଧାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଓଏମ୍‌ବିଏଡିସି ଗଠନ ହୋଇଛି। ଏହି ଯୋଜନାରେ ୪୮୩୧ କୋଟି ଟଙ୍କାର ୨୦ ମେଗା ଜଳଯୋଗାଣ ପ୍ରକଳ୍ପ କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲାର ଖଣି ପ୍ରଭାବିତ ଅଞ୍ଚଳରେ ଚାଲିଛି। ଏହିସବୁ ପ୍ରକଳ୍ପ ଦକ୍ଷିଣ ଭାରତର ୪ ଅଣଓଡିଆ ଠିକାସଂସ୍ଥାକୁ ନିର୍ମାଣ କରିବାକୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଏହି ଅର୍ଥକୁ ମନଇଚ୍ଛା ସ୍ଥାନୀୟ ଅଧିବାସୀ ବା ସିଭିଲ ସୋସାଇଟି ସହିତ ପରାମର୍ଶ ନ କରି ଅଣଓଡିଆ ଠିକାସଂସ୍ଥାମାନଙ୍କୁ ନିଯୁକ୍ତି ଦେଇ ଏହି ଅର୍ଥ ଲୁଟ ପାଇଁ ଲାଗି ପଡିଛନ୍ତି ବୋଲି ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଏନ୍‌ସିସି ଠିକାସଂସ୍ଥାକୁ ଯାଜପୁର ଜିଲାର ସୁକିନ୍ଦା ବ୍ଲକର କାଳିଆପାଣି ଏବଂ ୨୪ ଖଣି ପ୍ରଭାବିତ ଗ୍ରାମବାସୀଙ୍କ ପାଇଁ ୭୯.୫୬ କୋଟି ଟଙ୍କା, ବ୍ଲକର ୧୯ଟି ଖଣି ପ୍ରଭାବିତ ଗ୍ରାମବାସୀଙ୍କ ପାଇଁ ପ୍ରକଳ୍ପ-୧ରେ ୪୬.୧୯ କୋଟି ଟଙ୍କା ଏବଂ ୫୨ଟି ଗ୍ରାମବାସୀଙ୍କ ପାଇଁ ପ୍ରକଳ୍ପ-୨ରେ ୧୦୭ କୋଟି ଟଙ୍କା ଭାବେ ସମୁଦାୟ ୨୩୨.୭୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ସେଥିରୁ ୨୪୪.୮୮ କୋଟି ଟଙ୍କା ଆବଣ୍ଟନ ଗ୍ରହଣ ହୋଇ ସାରିଛି। ଏହାବାଦ୍‌ କ୍ଷତିପୂରଣ ବାବଦକୁ ୨ ନମ୍ବର ପ୍ରକଳ୍ପ ପାଇଁ ୨.୩୫ କୋଟି ଟଙ୍କା ବୃଦ୍ଧି ହୋଇଛି। ବସୁଧା ପାଣ୍ଠିରୁ ପ୍ରଥମ ପ୍ରକଳ୍ପ ପାଇଁ ୫.୦୨ କୋଟି, ପ୍ରକଳ୍ପ ନମ୍ବର-୧ ପାଇଁ ୦.୩୩ କୋଟି ଏବଂ ପ୍ରକଳ୍ପ ନମ୍ବର-୨ ପାଇଁ ୧.୧୨ କୋଟି ଟଙ୍କା ବୃଦ୍ଧି ହୋଇଛି। ତଥାପି ପ୍ରଥମ ପ୍ରକଳ୍ପରୁ ଏଯାଏ ନିର୍ଦ୍ଧାରିତ ଗ୍ରାମବାସୀ ସ୍ବଚ୍ଛ ପାଣି ପାଇ ନାହାନ୍ତି। ପ୍ରକଳ୍ପ ନମ୍ବର-୧ ଓ ୨ ନିର୍ମାଣାଧୀନ ରହିଥିବା ସୂଚନା ମିଳିଛି। ଗତ ୨୦୧୯ ଜୁଲାଇରେ ବିଭାଗୀୟ ଯନ୍ତ୍ରୀ ପ୍ରାଧିକରଣ ପକ୍ଷରୁ ପ୍ରଥମ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପର ନୀରିକ୍ଷଣ କରାଯାଇଥିଲା ା ନୀରିକ୍ଷଣରେ ଖାତ (ଟେନଚ୍‌)ରେ ଆବଶ୍ୟକତାଠାରୁ କମ ଗାତ ଖୋଳି ପାଇପ୍‌ ବିଛା, ପାଟନାଠାରେ ନିର୍ମାଣାଧୀନ ଇଏସ୍‌ଆର ସ୍ତମ୍ଭରେ ସିଧା(ଭର୍ଟିକାଲ) ଭାବେ ନିର୍ମାଣ ନ ହେବା, ନିମ୍ନମାନର ଷ୍ଟିଲ ସାମଗ୍ରୀ ବ୍ୟବହାର ଇତ୍ୟାଦି ସେମାନେ ନୀରିକ୍ଷଣରେ ଦେଖିବାକୁ ପାଇଥିଲେ। ଏହାପରେ ଇଞ୍ଜିନିୟର୍ସ ଅଥରିଟିର ରିପୋର୍ଟକୁ ଭିତ୍ତିକରି ବିଭାଗୀୟ ଇଞ୍ଜିନିୟର-ଇନ-ଚିଫ ପଦକ୍ଷେପ ଗ୍ରହଣ କରିଥିଲେ। ଏହାପରେ କେତେକ ବିଭାଗୀୟ ଅଧିକାରୀଙ୍କୁ ହାତ କରି ଏନସିସି ଏହି ବିପଦରୁ ମୁକୁଳିବାରେ ସଫଳ ହୋଇଥିଲା। ଏହାସହ ଅନ୍ୟ ୨ଟି ନୂତନ ମେଗା ପ୍ରକଳ୍ପ ମଧ୍ୟ ହାତେଇ ନେଇଥିଲା। ଜିଲାର ଖଣି ଅଞ୍ଚଳରେ ଭୂତଳ ଜଳ ଆଇରନ ଏବଂ ଟୋଟାଲ କୋଲିଫର୍ମ(ଟିସି) ଓ ଫେକାଲ କୋଲିଫର୍ମ(ଏଫସି) ଅଂଶ ଆବଶ୍ୟକତାଠାରୁ ବହୁ ଅଧିକ ରହିଛି। ଏହି ପାଣି ବ୍ୟବହାର କରି ଶତାଧିକ ଲୋକ କିଡନୀ ରୋଗରେ ଆଖି ବୁଜିଥିବା ବେଳେ ବହୁ ଆକ୍ରାନ୍ତ ହୋଇଛନ୍ତି। ଏଭଳିସ୍ଥିତିରେ ସୁକିନ୍ଦା ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ନଦୀ ଜଳର ଉପଚାର କରି ସ୍ବଚ୍ଛ ପାଣି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏବେ ସରକାରୀ ଭାବେ ପ୍ରଥମ ପ୍ରକଳ୍ପରୁ ଜଳ ଯୋଗାଣ ଆରମ୍ଭ ହୋଇଛି ବୋଲି ଘୋଷଣା କରାଯାଇଛି। ହେଲେ ବାସ୍ତବରେ ଏବେ ବି କାଙ୍କଡପାଳ, କଅଁସର, ଚିଙ୍ଗୁଡିପାଳ, ରାହାଁସୋଲ, ପିମ୍ପୁଡିଆ, କୁହିକା ଆଦି ପଞ୍ଚାୟତର ୧୫ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ପାଇପ ଜଳ ପାଇନାହାନ୍ତି। ଏଭଳି ଭାବେ ଏନସିସି ବିଭାଗୀୟ କେତେକ ଅଧିକାରୀଙ୍କୁ ଧରି ପାଣି ଯୋଗାଣ ବଦଳରେ ବିପୁଳ ସରକାରୀ ଅର୍ଥ ହଡପ କରି ଫେରାର ହେବାର ଚକ୍ରାନ୍ତରେ ଥିବା ଅଞ୍ଚଳବାସୀଙ୍କଠାରୁ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଆରଡବ୍ଲୁଏସ୍‌ଏସ୍‌ର ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ବୁଧବାର ରାତି ପ୍ରାୟ ୭ ଟା ୩୮ ମିନିଟରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri