Posted inଫୁରସତ

କଟନ୍‌ ଫ୍ୟାଶନ; ଜାଣନ୍ତୁ କାହିଁକି ଏହାର ଏତେ ଲୋକପ୍ରିୟତା,ପିନ୍ଧିବାର କ’ଣ ଫାଇଦା…

ସୂତା ବା କଟନ୍‌ କପଡ଼ା କପାରୁ ତିଆରି ଏକ ଫାବ୍ରିକ୍‌; ଯାହା ଖୁବ୍‌ ନରମ ଓ ଆରାମଦାୟକ। ଏହା ଦେଖିବାକୁ ଯେମିତି ସୁନ୍ଦର, ପିନ୍ଧିବାକୁ ସେମିତି କମ୍ଫଟେବଲ୍‌ । ସେଥିପାଇଁ ଏହାର ଚାହିଦା ଖୁବ୍‌ ରହେ। ତେବେ କାହିଁକି ଏହାର ଏତେ ଲୋକପ୍ରିୟତା ଆଉ ଏହି କପଡ଼ା ପିନ୍ଧିବାର କ’ଣ ସବୁ ଫାଇଦା ରହିଛି ଜାଣନ୍ତୁ ସେ ସମ୍ପର୍କରେ…

ସୂତା କପଡ଼ା କପାରୁ ତିଆରି ଏକ ପ୍ରକାର ନରମ ଓ ଆରାମଦାୟକ ଫାବ୍ରିକ୍‌। ମୁଖ୍ୟତଃ ଖରାଦିନେ ଏହା ତ୍ୱଚାକୁ ସୁରକ୍ଷା ପ୍ରଦାନ କରିଥାଏ। ସେହିପରି ଶୀତଦିନେ ଏହାକୁ ପିନ୍ଧିଲେ ବେଶ୍‌ ଉଷୁମ ଲାଗେ। ତେଣୁ ସାଧାରଣରେ କହିବାକୁ ଗଲେ ସୂତା ବା କଟନ୍‌ କପଡ଼ା ଆମ ଶରୀର ଓ ଜଳବାୟୁ ମଧ୍ୟରେ ଉତ୍ତମ ସାମଞ୍ଜସ୍ୟ ରଖି ଆମକୁ ଆରାମ ପ୍ରଦାନ କରିଥାଏ। ତା’ଛଡ଼ା ଏହା ହେଉଛି ଏକ ନାଚୁରାଲ୍‌ ଫାବ୍ରିକ୍‌; ଯାହାକୁ ତିଆରି କରିବା ପାଇଁ କେମିକାଲ୍‌ର ବ୍ୟବହାର ହୁଏ ନାହିଁ। ସେଥିପାଇଁ ଏହି କପଡ଼ାକୁ ପିନ୍ଧିଲେ ଶରୀରରେ କୌଣସି ପ୍ରକାରର ଆଲର୍ଜି ହେବାର ସମ୍ଭାବନା ନ ଥାଏ। କେବଳ ସେତିକି ନୁହେଁ, କେତେକଙ୍କଠାରେ ସନ୍‌ ବର୍ନର ସମସ୍ୟା ଦେଖାଯାଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଯଦି ସେମାନେ କଟନ୍‌ ଆଉଟ୍‌ଫିଟ୍‌ ସାଙ୍ଗକୁ ହାତରେ କଟନ୍‌ର ଗ୍ଲୋଭ୍ସ ପାଦରେ କଟନ୍‌ର ମୋଜା ଏବଂ ମୁହଁରେ କଟନ୍‌ର ସ୍କାର୍ଫ ବାନ୍ଧନ୍ତି, ତା’ହେଲେ ସେମାନେ ସୁରକ୍ଷିତ ରହିଥାନ୍ତି।

କଟନ୍‌ କପଡ଼ାର ପ୍ରକାରଭେଦ
କଟନ୍‌ କପଡ଼ାର କ୍ୱାଲିଟି ସବୁବେଳେ ସ୍ବତନ୍ତ୍ର। ସେଥିପାଇଁ ଏହି କପଡ଼ାର ମଧ୍ୟ ଅନେକ ଭେରାଇଟି ଦେଖିବାକୁ ମିଳେ। ଯେମିତିକି:

* କଟନ୍‌ ଲାନ୍‌: ଏହି କପଡ଼ା ହାଲୁକା ଓ ଆରାମଦାୟକ ହୋଇଥାଏ। ଏଥିରେ ବ୍ଲାଉଜ, ସ୍କର୍ଟ, ଶାର୍ଟ, ଟପ୍ସ ତଥା କୁର୍ତ୍ତି ଆଦି ତିଆରି କରି ପିନ୍ଧିଲେ ବେଶ୍‌ କମ୍ଫଟେବଲ୍‌ ଲାଗେ।

* କଟନ୍‌ ଜର୍ସି: ଏହି କପଡ଼ା ବି ହାଲୁକା ଲାଗିବା ସହିତ ଷ୍ଟ୍ରେଚେବଲ୍‌ ହୋଇଥାଏ। ଏଥିରେ ଟି-ଶାର୍ଟ ଆଦି ତିଆରି କରି ପିନ୍ଧିଲେ ବେଶ୍‌ ଆରାମ ଲାଗେ।

* କଟନ୍‌ ପୋପଲିନ୍‌: ଏହି ଫାବ୍ରିକ୍‌ର କପଡ଼ାକୁ ସବୁ ସମୟରେ ପିନ୍ଧା ଯାଇପାରେ। ବିଶେଷକରି ପୁରୁଷଙ୍କ ଶାର୍ଟ ତିଆରି କରିବାରେ ଏହାକୁ ବ୍ୟବହାର କରାଯାଇଥାଏ; ଯାହାକୁ ଆରାମରେ ଅଫିସ ପିନ୍ଧି ଯାଇହେବ।

* କଟନ୍‌ ଡ୍ରିଲ୍‌: ଏହି କପଡ଼ା ବେଶି ଦିନ ପର୍ଯ୍ୟନ୍ତ ଲାଷ୍ଟିଂ କରିଥାଏ। ବିଶେଷକରି ୟୁନିଫର୍ମ ଆଦି ଏଥିରେ ତିଆରି କରାଯାଇଥାଏ।

* କଟନ୍‌ ସିରସୁକର: ଏହା ବି ଖୁବ୍‌ ହାଲୁକା ଫାବ୍ରିକ୍‌ର ହୋଇଥାଏ। ବିଶେଷକରି ଏଥିରେ ଶାର୍ଟ, ଶଟର୍‌ସ, ସୁଟ୍‌, କୁର୍ତ୍ତା ଆଦି ତିଆରି କରାଯାଇଥାଏ; ଯାହାକୁ ପିନ୍ଧିଲେ ବେଶ୍‌ କମ୍ଫଟେବଲ୍‌ ଲାଗିଥାଏ।
କଟନ୍‌ ପୋଷାକର ଯତ୍ନ

* କଟନ୍‌ ପୋଷାକକୁ ଧୋଇ ସାରିବା ପରେ ଏହାକୁ ଖରାରେ ନ ଶୁଖାଇ ଛାଇରେ ଶୁଖାଇବା ଦରକାର। ନଚେତ୍‌ ଏହାର ନାଚୁରାଲ୍‌ ରଙ୍ଗ ଖରାରେ ଉଡିଯିବାର ସମ୍ଭାବନା ରହିଥାଏ।

* କଟନ୍‌ ଲିନେନ୍‌ ପୋଷାକକୁ ଆଇରନ୍‌ କରିବା ସମୟରେ ଆଇରନ୍‌କୁ ବେଶି ହିଟ୍‌ କରିବା ଠିକ୍‌ ନୁହେଁ। ନଚେତ୍‌ କପଡ଼ା ଏଥିରେ ଲାଗିଯିବାର ସମ୍ଭାବନା ଥାଏ। ଆବଶ୍ୟକ ପଡିଲେ କଟନ୍‌ ପୋଷାକ ଉପରେ ଟିକେ ପାଣି ଛିଞ୍ଚତ୍ ତା’ପରେ ଆଇରନ୍‌ କଲେ କପଡ଼ା ଭଲ ଆଇରନ୍‌ ହୋଇଥାଏ।

* ଆଇରନ୍‌ କରି ସାରିବା ପରେ କଟନ୍‌ ପୋଷାକକୁ ପେପର୍‌ରେ ଗୁଡ଼ାଇ ଆଲମାରିରେ ରଖିଲେ ଏହା ଭଲ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri