Advertisement

କଟକରୁ ହେଉଥିଲା କଫ୍‌ ସିରପ୍‌ ଚାଲାଣ

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣରେ କଫ୍‌ ସିରପ ଜବତ କରାଯାଇଛି। ଏହି ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, କେନ୍ଦ୍ରାପଡ଼ା ଜିଲା ଜୟପୁରା ୱାର୍ଡ଼ ନଂ-୧୨ର ଖଲିବ୍‌ ଖାନ୍‌(୨୮), କଟକ ଜିଲା ବାଦାମବାଡ଼ି ପୁରୁଣା ଏଲଆଇସି କଲୋନୀର ଜାବେଦ୍‌ ତସଲିମ୍‌(୨୬) ଏବଂ କଟକ ଜିଲା କୁମ୍ଭାରସାହୀ ହାତିପୋଖରୀ ନିବାସୀ ଅନିସ ମହମ୍ମଦ(୨୬)। ପାଟ୍ରୋଲିଂ କରୁଥିବା ବେଳେ ଅତାବିରା ଅଞ୍ଚଳରୁ ଅବକାରୀ ଭ୍ରାମ୍ୟମାଣ ଟିମ୍‌ର କର୍ମଚାରୀମାନେ କଫ ସିରପ ବୋଝେଇ ଏକ କାର୍‌(ନଂ-ଓଡ଼ି୦୫ବି ୪୫୯୯)କୁ ଜବତ କରିଛନ୍ତି। ସେଥିରେ ରହିଥିବା ୫୭୯ ବୋତଲ କଫ୍‌ ସିରପ ଜବତ ହୋଇଛି। କଟକ ଅଞ୍ଚଳରୁ ବରଗଡ଼ ଅଞ୍ଚଳକୁ ଏହି କଫ୍‌ ସିରପ୍‌ ଚାଲାଣ ହେଉଥିଲା ବୋଲି ଚର୍ଚ୍ଚା ହେଉଛି। ଏ ନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share