ଗଣତି ପରେ ବିଜୟ ଉତ୍ସବ ପାଳନ କରିପାରିବେନି, ଲାଗିଲା କଟକଣା

ପୁରୀ,୩।୬: ପୁରୀରେ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନରେ କଟକଣା ଲାଗିଛି। ବାଣ ଟ୍ରାଜେଡିକୁ ଦୃଷ୍ଟିରେ ରଖି ପୋଲିସ ଓ ଜିଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ଫଳାଫଳ ଆସିବା ପରେ କୌଣସି ପ୍ରକାର ଡିଜେ ବଜାଇବା ଓ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିପରି କୌଣସି ପ୍ରକାର ଶୋଭାଯାତ୍ରାକୁ ମଧ୍ୟ ବାରଣ କରାଯାଇଛି। ଏନେଇ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ନିୟମ ନ ମାନିଲେ କଡ଼ା କାର୍ଯାନୁଷ୍ଠାନ ନିଆଯିବ।

Share