ସାରସକଣା,୧୫ା୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ଝାରପୋଖରିଆ ଗ୍ରାମରେ ଏକ ବିବାହ ଉତ୍ସବରେ କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ଝାରପୋଖରିଆ ଥାନା ଆଇଆଇସି ସୁଦର୍ଶନ ଗାଙ୍ଗୋଇ ଏବଂ ସାରସକଣା ତହସିଲଦାର ସତ୍ୟବାନ ନାଏକ ବିବାହ ଉତ୍ସବରେ ଚଢ଼ାଉ କରିଥିଲେ। ସେତିକିବେଳେ ପୋଲିସକୁ ଦେଖି ଭୋଜି ଖାଇବାକୁ ଆସିଥିବା ଲୋକେ ଭୟରେ ଦୌଡ଼ି ପଳାଇଥିଲେ। କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ବାହାଘର ଆୟୋଜନ କରିଥିବା କର୍ତ୍ତାଙ୍କ ନିକଟରୁ ୬ ହଜାର ଟଙ୍କା ଫାଇନ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି।