ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,୧୮ା୭(ଅନିଲ ଦାସ): ଲୋକସେବା ଭବନରେ ଗୁରୁବାର ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ରୂପରେଖକୁ ଅନୁମୋଦନ କରାଯିବ। ଆସନ୍ତା ୨୫ ତାରିଖରେ ଏହି ବଜେଟକୁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉପସ୍ଥାପନ କରିବେ। ଏଥିସହ ଅନ୍ୟ କେତେକ ପ୍ରସ୍ତାବକୁ ମଧ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିବା ସମ୍ଭାବନା ରହିଛି।

Share