ପଦ୍ମ ଛାଡ଼ି ଶଙ୍ଖ ଧରିଲେ କାଉନ୍‌ସିଲର

ଚାନ୍ଦବାଲି, ୨୮ା୮( କିଶାନ ପାତ୍ର): ଚାନ୍ଦବାଲି ଏନ୍‌ଏସି ୯ ନମ୍ବର ୱାର୍ଡ କାଉନସିଲର ଆନନ୍ଦ ବେହେରା ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗ ଦେଇଛନ୍ତି।  ସେମାନେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ବିଧାୟକ ବ୍ୟୋମକେଶ ରାୟଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।  ଏ ନେଇ ରାଜନୀତି ସରଗରମ ହୋଇଛି।
ବିଧାୟକ ରାୟ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଛନ୍ତି। ବିଧାୟକଙ୍କ ନେତୃତ୍ୱ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ବୋଲି କାଉନସିଲର ବେହେରା କହିଛନ୍ତି।
ଏହି ମିଶ୍ରଣ ପର୍ବରେ ବ୍ଲକ ସଭାପତି ଦ୍ୱିଜବର ରାଉତ, ଏନ୍‌ଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ନଗର ସଭାପତି ହାଉଲି ବଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେଶ ମାଝୀ, ବିଧାୟକ ପ୍ରତିନିଧି ଅକ୍ଷୟ ନାୟକ, ଶୁଭେନ୍ଦୁ ଦାସ, ମଞ୍ଜର ମହମ୍ମଦ ଇସ୍‌ମାଇଲ ପ୍ରମୁଖ ଉପସ୍ଥିତ ଥିଲେ।