କାଉନ୍‌ସିଲର ଉପ ନିର୍ବାଚନ: ୪ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଯୋଡ଼ା,୧୭ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପଳିକାର ୮ ନଂ. ୱାର୍ଡରେ ନଭେମ୍ବର ୨୯ରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ  ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପୌର ପାଳିକା ନିର୍ବାଚନ ପରିଚାଳନା ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପ ନିର୍ବାଚନ ନିମନ୍ତେ କଂଗ୍ରେସ ପ୍ରାର୍ଥୀ ପୂର୍ଣ୍ଣିମା ନାଏକ, ଭାଜପା ପ୍ରାର୍ଥୀ ଭଞ୍ଜ କିଶୋର ନାଏକ, ବିଜେଡି ପ୍ରାର୍ଥୀ ଶୁଭମ ନାଏକ ଓ ସ୍ବାଧୀନ ପ୍ରାର୍ଥୀଭାବେ ରଞ୍ଜିତ ନାଏକ ନିର୍ବାଚନ ଲଢ଼ିବେ। ନଭେମ୍ବର ୨୯ ପୂର୍ବାହ୍ନ ୮ ଘଟିକାରୁ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ଯୋଡ଼ା ବସ୍ତି ପ୍ରାଥମିକ ବିଦ୍ୟାଳୟରେ ଭୋଟ ଗ୍ରହଣ କରାଯିବ।

Share