ଗଞ୍ଜାମ,୧୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ନିଶା କାରବାର ବୃଦ୍ଧି ପାଇଥିବା ନେଇ ସ୍ଥାନୀୟ କିଛି କାଉନ୍ସିଲର ଶୁକ୍ରବାର ସାରେ ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ଶନିବାର ଗଞ୍ଜାମ ଥାନା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିଲା l ଗଞ୍ଜାମ ଥାନା ପ୍ରୋବେସନାରୀ ଆଇପିଏସ୍ ମନୀଷ ସଗୁନଙ୍କ ନେତୃତ୍ୱରେ ଥାନାର ସେକେଣ୍ଡ ଅଫିସର ଅନିରୁଦ୍ଧ ସ୍ବାଇଁ, ଏଏସ୍ଆଇ ଜି ଅନନ୍ତ ରାଓ, ମହିଳା ଏଏସ୍ଆଇ ସୁପ୍ରଭା ସାହୁ ଏବଂ ଅବକାରୀ ବିଭାଗୀୟ ଅଧିକାରୀ ବlଲକ ବିଶି ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ l ଜୟଶ୍ରୀ ଛକ, ବଡ଼ ବଜାର, ସାନ ବଜାର ପାନ ଦୋକାନରେ ଏହି ଚଢ଼ାଉ ହୋଇଥିଲେ ମଧ୍ୟ ପୋଲିସକୁ କୌଣସି ମାଦ୍ରକ ଦ୍ରବ୍ୟ ମିଳି ନ ଥିଲା l ଥାନାରେ ଅଭିଯୋଗ କଲାପରେ ଆଉ କିଛି କାଉନ୍ସିିଲର ସହରର ନିଶା ବେପାରୀମାନଙ୍କୁ ଅବଗତ କରିଦେଇଥିବା ସହରରେ ଚର୍ଚ୍ଚା ଜୋର ଧରିଛି l ଫଳରେ ଅବକାରୀ ବିଭାଗ ଓ ପୋଲିସକୁ ନିରାଶ ହେବାକୁ ପଡିଛି ବୋଲି ଆଲୋଚନା ହେଉଛି l