ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କରାଯିବ କାଉନ୍‌ସେଲିଂ

ଭୁବନେଶ୍ୱର, ୩୧।୭(ଅସମାପିକା ସାହୁ): ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ବିଭିନ୍ନ ସମସ୍ୟା ଯୋଗୁ ରେଜଲ୍ଟ ଖରାପ ହୋଇଥାଏ। କିଏ ପାଠପଢ଼ା ଅଧାରୁ ଛାଡ଼ିଥାଏ ତ’ ଆଉ କିଏ ଖରାପ ଦିଗରେ ଯାଇଥାଏ। ଯେପରିକି ତମାଖୁ କିମ୍ବା ଅନ୍ୟକିଛି ନିଶାଦ୍ରବ୍ୟ ସେବନ କରିଥାନ୍ତି। ଛାତ୍ରୀଛାତ୍ରଙ୍କ ଏଭଳି ସମସ୍ୟା ଲାଗି କିଏ ଅଭିଭାବକଙ୍କ ଠିକ ପରାମର୍ଶ ନ ଥିବା କୁହେ ତ’ ଆଉ କିଏ ଖରାପ ପିଲାଙ୍କ ମେଳି ଦାୟୀ ବୋଲି କହିଥାନ୍ତି। ଅନ୍ୟପଟେ ସ୍କୁଲରେ ପିଲାଙ୍କୁ ମାଡ଼ ମାରିବା କିମ୍ବା ଆକଟ କରିବା ପ୍ରଥା ଉପରେ ଅଙ୍କୁଶ ଲାଗିଥିବାରୁ ଶିକ୍ଷକମାନେ ମଧ୍ୟ ପିଲାଙ୍କ ଆଚରଣକୁ ଅଣଦେଖା କରୁଛନ୍ତି। ଫଳରେ ଏପରି ସମସ୍ୟା ଲାଗି ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ସହ ରେଜଲ୍ଟ ମଧ୍ୟ ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ଅଷ୍ଟମ ଶ୍ରେଣୀରୁ କିପରି ଠିକ୍‌ ଭାବେ ଯତ୍ନ ନିଆଯିବ ଏବଂ ସେମାନଙ୍କ ମଧ୍ୟରେ ଥିବା ସମସ୍ୟାର ସମାଧାନ କରାଯାଇପାରିବ, ସେଥିଲାଗି ସରକାର ଛାତ୍ରୀଛାତ୍ରଙ୍କୁ କାଉନ୍‌ସେଲିଂ କରିବା ପାଇଁ ଯୋଜନା କରିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନାନୁସାରେ, ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ କାଉନ୍‌ସେଲିଂ କରାଯିବ। ପିଲାଙ୍କ ସମସ୍ୟାର ସମାଧାନ ସହ ସେମାନଙ୍କ ପାଠପଢ଼ା ଓ ବ୍ୟବହାର ଆଚରଣକୁ ମନସ୍ତତ୍ତ୍ୱବିତ୍‌ମାନେ ଯାଞ୍ଚ କରିବେ। ଏଥିପାଇଁ ସ୍କୁଲରେ ମନସ୍ତତ୍ତ୍ୱବିତ୍‌ ନିଯୁକ୍ତ ହେବେ। ଅନେକ ସ୍କୁଲରେ ଉଭୟ ଛାତ୍ରୀଛାତ୍ର ପଢ଼ୁଥିବାରୁ ଜଣେ ଲେଖାଏ ମହିଳା ଓ ପୁରୁଷ ମନସ୍ତତ୍ତ୍ୱବିତ୍‌ଙ୍କୁ ନିଯୁକ୍ତି ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଜଣେ ଲେଖାଏ ମନସ୍ତତ୍ତ୍ୱବିତ୍‌ ନିଯୁକ୍ତ ହେବେ। ବାଳିକା ବିଦ୍ୟାଳୟଗୁଡ଼ିକରେ କେବଳ ମହିଳା ମନସ୍ତତ୍ତ୍ୱବିତ୍‌ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ଅଧିକାଂଶ ଛାତ୍ରୀଛାତ୍ରଙ୍କ ବ୍ୟବହାରରେ ତ୍ରୁଟି ରହୁଥିବା ବେଳେ କେତେକ ପିଲା ପାଠପଢ଼ା ପ୍ରତି ଗୁରୁତ୍ୱ ଦେଇ ନ ଥାନ୍ତି। ରାଜ୍ୟରେ ଥିବା ବିଭିନ୍ନ ସରକାରୀ ସ୍କୁଲରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସଂଖ୍ୟା ପ୍ରାୟ ୮ଲକ୍ଷ ୩୦ହଜାର ରହିଛି। ଗଣଶିକ୍ଷା ବିଭାଗ ରିପୋର୍ଟ ଅନୁଯାୟୀ, ଅଷ୍ଟମ ଶ୍ରେଣୀରେ ପଢୁଥିବା ପିଲାଙ୍କ ମଧ୍ୟରୁ ପ୍ରାୟ ୫% ପିଲା ନିଶାଦ୍ରବ୍ୟ ସେବନ କରୁଥିବା ବେଳେ ନବମ ଶ୍ରେଣୀରେ ପ୍ରାୟ ୮% ଏବଂ ଦଶମ ଶ୍ରେଣୀରେ ୧୫ରୁ ୧୭% ପିଲା ତମାଖୁ ସେବନ କରିଥାନ୍ତି। ସେହିପରି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ପ୍ରାୟ ୩% ପିଲା ଅଧାରୁ ପାଠ ଛାଡୁଥିବାବେଳେ ନବମରେ ଯେତିକି ପିଲା ନାମ ଲେଖାଇଥାନ୍ତି, ସେମାନଙ୍କ ମଧ୍ୟରୁ ୨୨% ପିଲା ନିୟମିତ ସ୍କୁଲ ଯାଇ ନ ଥାନ୍ତି। ଦଶମରେ ମଧ୍ୟ ୩୫% ପିଲା ସ୍କୁଲରେ ନିୟମିତ ଅନୁପସ୍ଥିତ ରହିଥାନ୍ତି। ଉଭୟ ଅଷ୍ଟମ ଓ ନବମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ୧୩% ପିଲା ଜିଦ୍‌ଖୋର ଥିବାବେଳେ ୨୭% ପିଲା ଠିକ୍‌ ଭାବେ ଆଚରଣ ପ୍ରଦର୍ଶନ କରିପାରି ନ ଥାନ୍ତି। ଦଶମରେ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ପ୍ରାୟ ୨୬% ଛାତ୍ର ସ୍କୁଲ ନାଁ କହି ବାହାରେ ବୁଲାବୁଲି କରୁଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮% ପିଲା ଅଧାରୁ ପାଠପଢ଼ା ଛାଡ଼ିଥାନ୍ତି। ଏସବୁ ସମସ୍ୟାର ସମାଧାନ ଲାଗି କାଉନ୍‌ସେଲିଂ କରିବା ଭଳି ପଦକ୍ଷେପ ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଏନେଇ ଚୁକ୍ତିଭିତ୍ତିକ ଭାବେ ମନସ୍ତତ୍ତ୍ୱବିତ୍‌ଙ୍କୁ ନିଯୁକ୍ତ କରାଯିବ। ଯେଉଁମାନଙ୍କୁ ନିଯୁକ୍ତ କରାଯିବ, ସେମାନେ ବର୍ଷକୁ କେତେ ପିଲାଙ୍କୁ ସୁଧାର ଆଣିବାରେ ସହାୟକ ହୋଇଛନ୍ତି ତା’ର ରିପୋର୍ଟ ସ୍କୁଲର ପ୍ରଧାନଶିକ୍ଷକମାନେ ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିବେ। ଏହାବ୍ୟତୀତ ସ୍କୁଲରେ ପାଠପଢ଼ାରେ ମନସ୍ତତ୍ତ୍ୱବିତ୍‌ମାନେ ସାହାଯ୍ୟ କରିବେ। ଆବଶ୍ୟକ ସ୍ଥଳେ ସେମାନେ ସାମାଜିକ ବିଜ୍ଞାନ, ଇଂଲିଶ ଏବଂ ସାହିତ୍ୟ ବିଷୟ ପିଲାଙ୍କୁ ପଢ଼ାଇବେ। ସ୍କୁଲର ବିଭିନ୍ନ କାର୍ଯ୍ୟରେ ମଧ୍ୟ ସହଯୋଗ କରିବେ। ଦୈନିକ ଖେଳଛୁଟି ପରେ ଏକ କମନ କ୍ଲାସ ହେବ। ଯେଉଁଥିରେ ସବୁ ପିଲାଙ୍କୁ ସମୂହ ଭାବେ ଏହି ମନସ୍ତତ୍ତ୍ୱବିତ୍‌ମାନେ ପାଠପଢ଼ା ଶୈଳୀ ଏବଂ ଆଚରଣ ସମ୍ପର୍କରେ ବୁଝାଇବେ। ସରକାରୀ ସ୍କୁଲରେ ଏପରି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ। ମନସ୍ତତ୍ତ୍ୱବିତ୍‌ ନିଯୁକ୍ତି ପ୍ରକ୍ରିୟା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି।

Enter your email to get our daily news in your inbox.

All Right Reserved By Dharitri.Com

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri