ଯୁକ୍ତ୨ ନାମଲେଖା ପୂର୍ବରୁ ହେବ କାଉନ୍‌ସେଲିଂ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଯୁକ୍ତ୨ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ ହେବ। ବୈଷୟିକ ଢାଞ୍ଚାରେ ନାମ ଲେଖାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ। ଏଣିକି ଯୁକ୍ତ୨ ନାମଲେଖା ପୂର୍ବରୁ କାଉନ୍‌ସେଲିଂ କରିବାକୁ ଗଣଶିକ୍ଷା ବିଭାଗ ସ୍ଥିର କରିଛି। ଏହି କାଉନ୍‌ସେଲିଂ ଲାଗି ସ୍ବତନ୍ତ୍ର କମିଟି ଗଠନ କରାଯିବ। ଏଥିରେ ବିଭିନ୍ନ ଜିଲାର ସରକାରୀ କଲେଜର ବରିଷ୍ଠ ଅଧ୍ୟାପକ, ମନସ୍ତତ୍ତ୍ୱବିତ୍‌ ଓ କାଉନ୍‌ସେଲର ନିୟୋଜିତ ହେବେ। ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିବା ପରେ ପିଲାଙ୍କ କଟ୍‌ଅଫ୍‌ ମାର୍କକୁ ଦେଖି ରାଜ୍ୟର କେଉଁ କଲେଜରେ ପଢ଼ିବାକୁ ଆଶା ରଖିଛନ୍ତି ସେ ସମ୍ପର୍କରେ ଆଲୋଚନା କରାଯିବ। ଏହି କାଉନସେଲିଂ ଲାଗି ପ୍ରତିଷ୍ଠିତ ସଂସ୍ଥାକୁ ଦାୟିତ୍ୱ ଦିଆଯିବ।
ସେହିପରି ରାଜ୍ୟରେ ବିଭିନ୍ନ କଲେଜରେ ଜାଲ୍‌ ଦିବ୍ୟାଙ୍ଗ ସାର୍ଟିଫକେଟ୍‌ ମାଧ୍ୟମରେ ନାମଲେଖା ରୋକିବା ପାଇଁ ଅଣ୍ଟା ଭିଡ଼ିଛି ବିଭାଗ। ନାମଲେଖା ସମୟରେ ସବୁ କଲେଜରେ ଏକ ଯାଞ୍ଚ କମିଟି ଗଠନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି। ଦିବ୍ୟାଙ୍ଗ ସାର୍ଟିଫିକେଟରେ ଆଧାର ନମ୍ବର ସଂଯୋଗ କରିବାକୁ ମଧ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ରଖାଯାଇଛି। ଏହାବ୍ୟତୀତ କେଉଁ ଛାତ୍ରୀଛାତ୍ରଙ୍କୁ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଛି, ତାହାର ସବିଶେଷ ତଥ୍ୟ ସରକାରଙ୍କ ପାଖରେ ରହିବ ବୋଲି ଜଣାପଡ଼ିଛି।
ବିଭାଗର ସୂଚନାନୁସାରେ, ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଯୁକ୍ତ୨ ନାମଲେଖା ପୂର୍ବରୁ କାଉନ୍‌ସେଲିଂ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ପୂର୍ବରୁ ଓଜେଇଇ, ମେଡିକାଲ ନାମଲେଖାରେ କାଉନ୍‌ସେଲିଂ ବ୍ୟବସ୍ଥା ଥିବାରୁ ପିଲାମାନେ ନିଜ ଭବିଷ୍ୟତ ପାଇଁ ଠିକ ନିଷ୍ପତ୍ତି ନେଇପାରୁଛନ୍ତି। ତେଣୁ ଏହି ବ୍ୟବସ୍ଥାକୁ ଯୁକ୍ତ୨ରେ ବ୍ୟବହାର କରାଗଲେ ପିଲାମାନେ ସେମାନଙ୍କ ଭବିଷ୍ୟତ ପାଠ୍ୟକ୍ରମ, କଲେଜ ଚୟନ ସହ ଶିକ୍ଷା ବ୍ୟବସ୍ଥାକୁ ସହଜରେ ବୁଝିପାରିବେ ବୋଲି ବିଭାଗ ଆଶା ରଖିଛି।
ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖା ସମୟରେ ଅଭିଭାବକଙ୍କ ଭୁଲ୍‌ ନିଷ୍ପତ୍ତି ଏବଂ ପିଲାଙ୍କ ଆଶା ବିରୋଧରେ ନାମଲେଖା ଅନେକ ସମସ୍ୟା ସୃଷ୍ଟି କରିଥାଏ। ସେହିଭଳି ଗତ ୫ବର୍ଷ ହେବ ଅନ୍‌ଲାଇନ୍‌ ନାମଲେଖା ସମୟରେ ବିଭିନ୍ନ ସମସ୍ୟା ଲାଗି ପିଲାମାନେ ଭୁଲ୍‌ ଷ୍ଟ୍ରିମରେ ନାମ ଲେଖାଇଥାନ୍ତି। ଏଥିଲାଗି ପ୍ରାୟ ୧୫ ପ୍ରତିଶତ ପିଲାଙ୍କ ରେଜଲ୍ଟ ପ୍ରଭାବିତ ହୋଇଥାଏ। ତେଣୁ ନାମଲେଖା ପୂର୍ବରୁ କାଉନ୍‌ସେଲିଂ ମାଧ୍ୟମରେ ପିଲାଙ୍କୁ ପାଠ୍ୟକ୍ରମ ଓ ଶିକ୍ଷାନୁଷ୍ଠାନ ସମ୍ପର୍କରେ ଅବଗତ କରାଗଲେ ପିଲାମାନେ ଠିକ୍‌ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri