ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପାଇଁ କାଉଣ୍ଟଡାଉନ ଆରମ୍ଭ: ପାରାଦୀପଠାରୁ ମାତ୍ର ୮୦ କିମି ଦୂରରେ…

ଭୁବନେଶ୍ୱର,୨୪।୧୦: ସାମୁଦ୍ରିକ ଝଡ଼ ‘ଦାନା’ କୂଳଆଡକୁ ମାଡି ଆସୁଥିବା ବେଳେ ଲ୍ୟାଣ୍ଡଫଲ ପ୍ରକ୍ରିୟାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବାତ୍ୟା ପାରାଦୀପଠାରୁ ୮୦ କିମି ଦୂରରେ ରହିଥିବା ବେଳେ ଧାମରା ଠାରୁ ୧୧୦ କିମି ଦୂରରେ ରହିଛି। ଏପରିକି ଘଣ୍ଟାକୁ ୧୩ କି.ମି. ବେଗରେ ଉପକୂଳକୁ ମାଡ଼ିଆସୁଛି ଦାନା।ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି ମ୍ୟାପରେ ବାତ୍ୟା ଭିତରକନିକା ଦେଇ ଯାଉଥିବା ଦେଖିବାକୁ ମିଳିଛି।

ସୂଚନା ଯୋଗ୍ୟ, ଗୁରୁବାର ସକାଳେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ଅପରାହ୍ନରେ ପାଗ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା। ବର୍ତ୍ତମାନ ତୁହାକୁ ତୁହା ବର୍ଷା ଲାଗିରହିଥିବା ବେଳେ ବତାସର ବେଗ ବଢ଼ିବାରେ ଲାଗିଛି l ବାତ୍ୟା ପ୍ରଭାବରେ ବାଲେଶ୍ୱର ଉପକୂଳ ସମୁଦ୍ର ଅଶାନ୍ତ ହୋଇ ଉତ୍ତାଳ ଢେଉ କୂଳ ଆଡକୁ ମାଡିଆସି କୂଳ ତଟସୁରକ୍ଷା ଉଚ୍ଚ ପଥର ବନ୍ଧରେ ମାଡ କରୁଛି l ସମୁଦ୍ରର ଏପରି ଭୟଙ୍କର ରୂପ ଦେଖି କୂଳବାସୀ ଭୟଭୀତ ହୋଇଥିବା ବେଳେ ଲୋକଙ୍କୁ ବିଭିନ୍ନ ବାତ୍ୟାଶ୍ରୟ ସ୍ଥଳକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

ଲ୍ୟାଣ୍ଡଫଲ ବେଳେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି। ଏପରିକି ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ଟିଣ ଘର, ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବା ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଏବଂ ଭଦ୍ରକରେ ବାତ୍ୟାରେ ଅଧିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଚାଉଳ ବୋଝେଇ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

ଲାଠୋର୨୪।୧୦(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କନ୍ଦେଇଛାପର ଗ୍ରାମବାସୀ ଏକ ଚାଉଳ ବୋଝେଇ ଗାଡ଼ିକୁ ଗୁରୁବାର ରାତିରେ ଅଟକ ରଖି ଲାଠୋର ପୋଲିସକୁ ଖବର...

ଶୁନ୍ୟ କ୍ଷୟକ୍ଷତି ଲକ୍ଷ୍ୟରେ ସରକାର: ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନରେ କଥାହେଲେ ଏମ୍‌ପି ଷଡ଼ଙ୍ଗୀ

ବାଲେଶ୍ୱର,୨୪।୧୦(ବାଞ୍ଛାନିଧି ଦେ): ବାତ୍ୟା ମୁକାବିଲା ଏବଂ ପରିଚାଳନା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଗୁରୁବାର ଦିନ ତମାମ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରୁ ବଳ ଗୋଟାଇ ଓ ଉପକୂଳ ଆଡେ ମୁହାଁଇଛି ସାଇକ୍ଲୋନ ‘ଦାନା’। ଆଜି ମଧ୍ୟରାତ୍ରିରୁ କାଲି ସକାଳ ଭିତରେ ଭିତରକନିକା-ଧାମରା ପାଖରେ ‘ଦାନା’ ଲ୍ୟାଣ୍ଡଫଲ...

ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର୍‌! ଚାପିବାକୁ ଚାଲିଛି ଉଦ୍ୟମ

ବରଗଡ,୨୪।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ସୋହେଲା ଥାନା ଅଞ୍ଚଳରେ ସଂଘଟିତ ଏକ ଲୁଟ ମାମଲାର ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଥାଇ ଫେରାର୍‌...

ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ଟ୍ରାନ୍ସଫର୍ମର, ଆଉ ତା’ପରେ…

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମ ନିକଟରେ ଲାଗିଥିବା ଏକ ଟ୍ରାନ୍ସଫର୍ମର ଗୁରୁବାର ସନ୍ଧ୍ୟାରେ ସଟଶର୍କିଟ ହୋଇ...

ମନ୍ତ୍ରୀଙ୍କ ବଡ଼ ସୂଚନା: ବାତ୍ୟା ସମୟରେ ନେଟ୍‌ୱର୍କ ନ ଆସିଲେ…

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରେ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ।...

ଦୀର୍ଘ ବର୍ଷ ପରେ ଦୂର ହେଲା ପାନୀୟ ଜଳ ସମସ୍ୟା

କୋକସରା,୨୪ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଗୌନ୍ତିଆ ପଡ଼ାରେ ଦୀର୍ଘ ବର୍ଷ ପରେ ପାନୀୟଜଳର ସମସ୍ୟା...

ଧାନଫସଲରେ ରୋଗପୋକ, ଚିନ୍ତାରେ ଚାଷୀ

କୋକସରା,୨୪ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ। ଚଳିତ ବର୍ଷ ବ୍ଲକର ୨୨ ପଞ୍ଚାୟତରେ ଖରିଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri