Categories: ଜାତୀୟ

ପିଏସଏଲଭି-ସି ୫୬ ର ଉତ୍‌କ୍ଷେପଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ, ରବିବାର ସକାଳ ସାଢ଼େ ୬ରେ ହେବ ସାତଟି ଉପଗ୍ରହ ଉତକ୍ଷେପଣ…

ହାଇଦ୍ରାବାଦ,୨୯।୭ : ଚନ୍ଦ୍ରାୟନ -୩ର ସଫଳ ଉତକ୍ଷେପଣ ପରେ ବର୍ତ୍ତମାନ ଇସ୍ରୋ ଆଉ ଏକ ରେକର୍ଡ ସ୍ଥାପନ କରିବାକୁ ଯାଉଛି। ଏନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ୩୦ ଜୁଲାଇ ୨୦୨୩ ରେ, ସକାଳ ସାଢ଼େ ୬ରେ ଇସ୍ରୋ ସାତଟି ଉପଗ୍ରହ ଉତକ୍ଷେପଣ କରିସେ। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରର ଲଞ୍ଚ ପ୍ୟାଡରୁ ସମସ୍ତ ଉପଗ୍ରହ ଉତକ୍ଷେପଣ କରାଯିବ ଏବଂ ଉପଗ୍ରହକୁ ମହାକାଶକୁ ନେବା ପାଇଁ ପିଏସଏଲଭି-ସି ୫୬ ରକେଟ ବ୍ୟବହାର କରାଯିବ।

ଇସ୍ରୋ ଏକ ବିବୃତ୍ତିରେ କହିଛି ସିଙ୍ଗାପୁରର ଡିଏସ-ଏସଏଆର ଉପଗ୍ରହ ଏବଂ ପିଏସଏଲଭି ରକେଟରେ ୬ ସହ ଉପଗ୍ରହ ଉତକ୍ଷେପଣ ପାଇଁ କାଉଣ୍ଟଡାଉନ ଶନିବାର ସତୀଶ ଧାୱନ ସ୍ପେସ ସେଣ୍ଟରରେ ଆରମ୍ଭ ହୋଇଛି। କାଉଣ୍ଟଡାଉନ ସମୟରେ ଚାରି ପର୍ଯ୍ୟାୟ ଯାନର ପ୍ରୋପେଲାଣ୍ଟ ଭରିବା କାର୍ଯ୍ୟ ହେବ। ପିଏସଏଲଭି-ସି ୫୬ , ୪୪.୪ ମିଟର ଉଚ୍ଚତା ବିଶିଷ୍ଟ ଚାରି ପର୍ଯ୍ୟାୟ ଯାନ। ଏହା ୨୨୮ ଟନ ଓଜନର ଭାର ବହନ କରିବ।

ଏହା ଏକ ରାଡାର ଇମେଜିଙ୍ଗ ଆର୍ଥ ଅବଜରଭେଶନ ସାଟେଲାଇଟ ବହନ କରିବ, ଯାହା ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ ଦ୍ୱାରା ଏକ ଉତ୍ସର୍ଗୀକୃତ ବ୍ୟବସାୟିକ ମିଶନର ପ୍ରାଥମିକ ଉପଗ୍ରହ। ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ ହେଉଛି ଇସ୍ରୋର ବାଣିଜି୍ୟକ ଓ୍ବିଙ୍ଗ ।

୩୬୦ କିଲୋଗ୍ରାମ ଡିଏସ-ଏସଏଆର ଉପଗ୍ରହ ଡିଏସଟିଏ ସିଙ୍ଗାପୁର ସରକାର ଏବଂ ସିଙ୍ଗାପୁରର ଏସଟି ଇଞ୍ଜିନିୟରିଂ ମଧ୍ୟରେ ସହଭାଗିତାରେ ବିକଶିତ ହୋଇଛି। ନିୟୋଜନ ପରେ, ଏହି ଉପଗ୍ରହକୁ ସିଙ୍ଗାପୁର ସରକାର ମଧ୍ୟରେ ଥିବା ବିଭିନ୍ନ ଏଜେନ୍ସିର ଉପଗ୍ରହର ଚିତ୍ର ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ବ୍ୟବହାର କରାଯିବ ।

ଅନ୍ୟ ଉପଗ୍ରହଗୁଡ଼ିକରେ ମଧ୍ୟରେ ଭେଲୋକ୍ସ-ଏଏମ ନାମକ ଏକ ୨୩ କିଲୋଗ୍ରାମ ଓଜନର ମାଇକ୍ରୋ ଉପଗ୍ରହ, ଆରକେଡ (ଆଟମୋସଫେରିକ କପଲିଂ ଏବଂ ଡାଇନାମିକ୍ସ ଏକ୍ସପ୍ଲୋରର), ପରୀକ୍ଷାମୂଳକ ଉପଗ୍ରହ ସ୍କୁବ-୨, ୩-ୟୁ ନାନୋସାଟେଲାଇଟ, ଗାଲାସିଆ -୨, ଓଆରବି-୧୨ ଷ୍ଟ୍ରାଇଡର୍‌ ଅନ୍ତର୍ଭୁକ୍ତ।

Share