ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ

ଭୁବନେଶ୍ୱର,୧୧।୬: ବୁଧବାର ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଚଳଚଞ୍ଚଳ ରାଜ୍ୟ ଭାଜପା ଶିବିର, ଜଣକ ପରେ ଜଣେ ନେତା ଓଡ଼ିଶାରେ ପହଞ୍ଚୁଛନ୍ତି । ଭାଜପାର ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଓଡ଼ିଶାରେ ପହଞ୍ଚିସାରିଲେଣି। ଏହା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସୁନୀଲ ବଂଶଲ ପହଞ୍ଚିସାରିଛନ୍ତି।

ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପେନ୍ଦ୍ର ଯାଦବ ଅପରାହ୍ନରେ ବିଧାୟକ ଦଳଙ୍କ ସହ ବୈଠକ କରିବେ। ବୈଠକରେ ୨ ପର୍ଯ୍ୟବେକ୍ଷକ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ମୋହର ମାରିବେ।

Share