Categories: ଜାତୀୟ

ଆମାଜୋନିଆ-୧ ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ

ଶ୍ରୀହରିକୋଟା,୨୭।୨: ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ରବିବାର ପୂର୍ବାହ୍ନ ୧୦ଟା ୨୪ରେ ଉପଗ୍ରହ ଆମାଜୋନିଆ-୧ର ଉତ୍‌କ୍ଷେପଣ କରାଯିବ। ଏନେଇ ଶନିବାର ୮ଟା ୫୪ରୁ ସାଢ଼େ ୨୫ ଘଣ୍ଟିଆ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ପିଏସ୍‌ଏଲଭି-ସି-୫୧ ରକେଟ ସହାୟତାରେ ବ୍ରାଜିଲର ଏହି ଅପ୍ଟିକାଲ ଅବଜରଭେଶନ ସାଟେଲାଇଟ୍‌କୁ ମହାକାଶକୁ ପଠାଯିବ। ଏହା ସହିତ ଅନ୍ୟ ୧୮ଟି ଉପଗ୍ରହକୁ ପ୍ରଥମ ଲଞ୍ଚପ୍ୟାଡ୍‌ରୁ ଊତ୍‌କ୍ଷେପଣ କରାଯିବ। ସେସବୁ ମଧ୍ୟରେ ସ୍ପେସ୍‌ କିଡଜ୍‌ ଇଣ୍ଡିଆର ଏସ୍‌ଡି ସାଟ୍‌( ସତୀଶ ଧାଓ୍ବନ ସାଟ୍‌) ରହିଛି। ସେହିପରି କୋଇମ୍ବାଟୁରର ଶ୍ରୀ ଶକ୍ତି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି, ଶ୍ରୀପେରୁମ୍ବୁଦୁରର ଜେପିଆର୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଏବଂ ନାଗପୁରର ଜିଏଚ୍‌ ରାଇସୋନି କଲେଜ ଅଫ୍‌ ଇଞ୍ଜିନିୟରିଂ ଆଦି ୩ ଟି କଲେଜ ପକ୍ଷରୁ ମିଳିତ ଭାବେ ନିର୍ମିତ ହୋଇଥିବା ୟୁନିଟସାଟ୍‌ର ମଧ୍ୟ ଉତ୍‌କ୍ଷେପଣ କରାଯିବ। ଅନ୍ୟ ଉପଗ୍ରହ ମଧ୍ୟରେ ଭାରତର ସିନ୍ଧୁନେତ୍ର, ଆମେରିକାର ସାଇ-୧ ନାନୋକନେକ୍ଟ-୨, ୧୨ଟି ସ୍ପେସ୍‌ ବିଇଇ ଉପଗ୍ରହ ରହିଛି।

Share