Categories: ଜାତୀୟ

ବ୍ରିଟେନରୁ ଭାରତ ଆସୁଥିବା ନାଗରିକଙ୍କୁ ୧୦ ଦିନ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧ ।୧୦: କରୋନା ମହାମାରୀ ଯୋଗୁଁ ବ୍ରିଟେନ ଭାରତୀୟ ନାଗରିକଙ୍କ ଉପରେ ଯେଉଁ ପ୍ରତିବନ୍ଧକ ଲଗାଇ ଥିଲା ଭାରତ ଏବେ ଏହାର ଜବାବ ଦେଉଛି । ଭାରତ ଏବେ ସ୍ଥିର କରିଛି ବ୍ରିଟନରୁ ଆସୁଥିବା ସମସ୍ତ ନାଗରିକ ଭାରତରେ ପହଞ୍ଚିବା ପରେ ୧୦ ଦିନ କ୍ୱାରାଣ୍ଟାଇନରେ ରହିବା ଜରୁରୀ । ସେହିପରି ଆସିବା ପୂର୍ବରୁ ଓ ଏହା ପରେ କରୋନା ଟେଷ୍ଟ ଜରୁରୀ । ବ୍ରିଟେନରୁ ଭାରତ ଆସୁଥିବା ନାଗରିକଙ୍କ ପାଇଁ ନୂଆ ନିୟମ ଅକ୍ଟୋବର ୪ରୁ ଲାଗୁ କରାଯିବ । ଏହି ନିୟମ ବ୍ରିଟେନରୁ ଆସୁଥିବା ସମସ୍ତ ନାଗରିକଙ୍କ ପାଇଁ ଲାଗୁ କରାଯିବ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କରୋନା ଟିକା ଲଗାନ୍ତୁ ବା ନ ଲଗାନ୍ତୁ ୭୨ ଘଣ୍ଟା ପୁର୍ବରୁ କରାଯାଇଥିବା ଆର୍‌ଟିପିିଆର୍ ଟେଷ୍ଟ ନେଗେଟିଭ ରିପୋର୍ଟ ବିମାନ ବନ୍ଦରରେ ଦେଖାଇବାକୁ ପଡିବ ।

Share