ମଙ୍ଗଳବାରରୁ କାଉଣ୍ଟରରେ ମିଳିବ ଦେଶୀ ମଦ

ଭୁବନେଶ୍ୱର, ୬।୭(ବ୍ୟୁରୋ): ମଙ୍ଗଳବାରଠାରୁ କାଉଣ୍ଟରରେ ଦେଶୀ ମଦ, ରନ୍ଧା ମଦ ମିଳିବ। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଗତ ୧ ତାରିଖରୁ ଦେଶୀ ମଦର ହୋମ୍‌ ଡେଲିଭରି ଆରମ୍ଭ ହୋଇଥିଲା। ତେବେ ମଙ୍ଗଳବାଠାରୁ ହୋମ୍‌ ଡେଲିଭରି ସହ କାଉଣ୍ଟରରେ ବି ଦେଶୀ ମଦ ମିଳିବ। କେବଳ କଣ୍ଟେନମେଣ୍ଟ ଜୋନରେ ଥିବା ମଦ ଦୋକାନ ଖୋଲିପାରିବ ନାହିଁ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଦେଶୀ ମଦ କାଉଣ୍ଟର ଖୋଲିବ ବୋଲି ଜଣାପଡ଼ିଛି।

Share