ନକଲି ଔଷଧ କାରବାର ଘଟଣା: ୨ ଗିରଫ

କଟକ ଅଫିସ,୨୬।୧୦: କଟକରେ ନକଲି ଔଷଧ କାରବାର ଘଟଣାରେ ପୋଲିସ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଗିରଫ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଏମାନେ ଔଷଧ କିଣୁଥିଲେ । ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ପୋଲିସ ଗିରଫ କରିସାରିଛି।ସୂଚନାନୁସାରେ, କଟକର ବିଭିନ୍ନ ସ୍ଥାନରେ କିଛି ଦିନ ତଳେ ନକଲି ଔଷଧ କାରବାର ସୂଚନା ପାଇ ଡ୍ରଗ କଣ୍ଟ୍ରୋଲର ଟିମ୍‌ ଚଢାଉ କରିଥିଲେ। ଏହି ସମୟରେ ବିପୁଳ ପରିମାଣରେ ନକଲି ଔଷଧ ଜବତ ହୋଇଥିଲା।

Share