ନକଲି ଔଷଧ କାରବାର: ଔଷଧ ଯୋଗାଉଥିବା ୨ ବ୍ୟବସାୟୀ ଚିହ୍ନଟ

କଟକ ଅଫିସ,୨୪।୯: କଟକ ନକଲି ଔଷଧ କାରବାର ମାମଲାରେ ବିହାରର ଦୁଇ ବ୍ୟବସାୟୀଙ୍କୁ ପୋଲିସ ଚିହ୍ନଟ କରିଛି। ଏହି ୨ ଜଣ ନକଲି ଔଷଧ ଯୋଗାଉଥିବା ଜଣାପଡ଼ିଛି। ଏ ନେଇ କଟକ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, କଟକ ନକଲି ଔଷଧ କାରବାରରେ ଔଷଧ ଯୋଗାଉଥିବା ଦୁଇ ବ୍ୟବସାୟୀଙ୍କୁ ପୋଲିସ ଚିହ୍ନଟ କରିଛି। ଏହାସହ ନକଲି ଔଷଧ ଉତ୍ପାଦନ କେଉଁଠାରେ ହେଉଥିଲା କମିଶନରେଟ ପୋଲିସ ଏହାର ଯାଞ୍ଚ କରୁଛି । ସେ ଆହୁରି କହିଛନ୍ତି ଏହି ରାକେଟରେ ଆହୁରି କିଛି ଲୋକଙ୍କ ସମ୍ପୃକ୍ତି ରହିଛ, ଯାହାକୁ ନେଇ ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି।

Share