୨ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ, ମୁଖ୍ୟ ଅଭିଯୁକ୍ତ ଅଟକ

ଭଦ୍ରକ ଅଫିସ,୧୦ା୭: ଭଦ୍ରକରେ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ ସହ ଜଣକୁ ଅଟକ ରଖିଛି ପୋଲିସ।
ସୂଚନାନୁସାରେ, ଭଦ୍ରକ ପୁରୁଣାବଜାର ଥାନା ଅଞ୍ଚଳର ଏକ ଘରେ ବିପୁଳ ପରମାଣର ନକଲି ଜର୍ଦ୍ଦା ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପରେ ପୁରୁଣାବଜାର ପୋଲିସର ଏକ ଟିମ୍‌ ଉକ୍ତ ଘରେ ଅତର୍କିତ ଭାବେ ଚଢ଼ାଉ କରି ବିପୁଳ ପରିମାଣର ନାମିଦାମୀ କମ୍ପାନୀର ନକଲି ଜର୍ଦ୍ଦା ସହ ନକଲି ଜର୍ଦ୍ଦା ପତି ଜବତ କରିଥିଲା। ଜବତ ହୋଇଥିବା ପାଖାପାଖି ୧ କ୍ୱିଣ୍ଟାଲ ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ପୁରୁଣାବଜାର ଥାନାଧିକାରୀ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ ପୁରଣାବଜାର ପୋଲିସ ଜଣଙ୍କୁ ଅଟକ ରଖିବା ସହ ଏହି ନକଲି କାରବାରର ଲିଙ୍କ୍‌ ବିଷୟରେ ଅଧିକ ଖୋଳତାଡ଼ ଆରମ୍ଭ କରିଛି ।