Advertisement

ନକଲି ମଦ କାରଖାନା ଠାବ: ବ୍ୟବସାୟୀଙ୍କୁ ଧରି ପୋଲିସର ପଚରାଉଚରା

ପାଟଣା,୨୩।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗାରେ ଚାଲିଥିବା ଏକ ବେଆଇନ ନକଲି ମଦ କାରଖାନା ଠାବ ହୋଇଛି। ରବିବାର ବିଳମ୍ବିତ ରାତ୍ରିରେ ସମ୍ବଲପୁର ଅବକାରୀ ଡିଜି ଧନଞ୍ଜୟ ପାତ୍ରଙ୍କ ନେତୃତ୍ୱରେ ପାଟଣା ଅବକାରୀ ପୋଲିସ ଚଢାଉ କରି କାରଖାନାରୁ ବିପୁଳ ପରିମାଣର ମଦ ଏବଂ ମଦ ତିଆରି ସରଞ୍ଜାମ ଓ ଲକ୍ଷାଧିକ ଟଙ୍କାର ମେଶିନ ଜବତ କରାଯାଇଛି। ଏଥିସହ ନକଲି ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କୁ ଅବକାରୀ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ଏଠାରେ ଦୀର୍ଘଦିନ ଧରି ନକଲି ମଦ କାରଖାନା ଚାଲିଥିଲା। ହେଲେ ଏହା ଉପରେ ସ୍ଥାନୀୟ ଅବକାରୀ ଓ ପୋଲିସ ପ୍ରଶାସନ କିଭଳି ଟେର ପାଇଲା ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share