ନୟାଗଡ଼ରେ ନକଲି ଟଙ୍କା କାରଖାନା ଠାବ

ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରର ଅମରେନ୍ଦ୍ର ବଜାରରେ ଚାଲିଥିଲା ନକଲି ଟଙ୍କା ଛାପା କାରଖାନା। ବାଇକ୍‌ କିଣିବାବେଳେ ୧ ଲକ୍ଷ ୨୫ ହଜାର ନକଲି ୫୦୦ ଟଙ୍କିଆ ଜବତ ପରେ ଏହା ଦୃଷ୍ଟିକୁ ଆସିଛି। ଥାନାଠାରୁ ପ୍ରାୟ ୫୦୦ ମିଟର ଦୂରରେ ନକଲି ଟଙ୍କା ଛପାଯାଉଥିଲେ ମଧ୍ୟ ଟେର ନ ପାଇବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନକଲି ଟଙ୍କା ଛପାଇବା ଓ ବାଇକ୍‌ କିଣିବା ବେଳେ ଏହା ଦେବା ଅଭିଯୋଗରେ ଟାଉନ ଥାନା ପୋଲିସ ଓକିଲ ଖଣ୍ଡପଡ଼ା ଥାନା କୋସକା ଫାଣ୍ଡି ଶରଧାପୁର ଗଁାର ଦିବ୍ୟରଞ୍ଜନ ହୋତାଙ୍କୁ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଜଣଙ୍କୁ ପୋଲିସ ଅଟକ ରଖିଛି। ପୋଲିସ ଉକ୍ତ କାରଖାନା ଉପରେ ଚଢ଼ାଉ କରି ନଷ୍ଟ ହୋଇଥିବା କିଛି ୫୦୦ ଓ ୨ ହଜାର ଟଙ୍କିଆ ନୋଟ ଜବତ କରିଛି। ଏହାସହ କମ୍ପ୍ୟୁଟର, ପ୍ରିଣ୍ଟର ଓ ବିଭିନ୍ନ ସରଞ୍ଜାମ ଜବତ କରିଛି। ନକଲି ଟଙ୍କା ଜବତ ଓ ଛାପା କାରଖାନା ଠାବ ପରେ ବଜାରରେ ନକଲି ଟଙ୍କା ବୁଲୁଥିବା ଚର୍ଚ୍ଚା ହେଉଛି। ଆଇଆଇସି ଜୟଦୀପ ମହାନ୍ତିଙ୍କ ସୂଚନା ଅନୁସାରେ ଓକିଲ ଦିବ୍ୟରଞ୍ଜନ ଏକ ବାଇକ୍‌ କିଣିବାକୁ ମଙ୍ଗଳବାର ଶୋ’ରୁମ୍‌କୁ ଯାଇଥିଲେ। ସେଠାରେ ବାଇକ୍‌ ବାବଦକୁ ସେ ୧ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ। ତେବେ ଏଥିରୁ ୫ ହଜାର ଟଙ୍କାକୁ ଛାଡିଦେଲେ ଅବଶିଷ୍ଟ ୧ ଲକ୍ଷ ୨୫ ହଜାର ଟଙ୍କା ନକଲି ଥିଲା। ଏ ନେଇ ଶୋ’ରୁମ୍‌ କର୍ତ୍ତୃପକ୍ଷ ଅବଗତ ହେବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ନକଲି ଟଙ୍କା ଜବତ କରିବା ସହ ଓକିଲଙ୍କୁ ଗିରଫ କରିଥିଲା। ଏ ନେଇ ଦଫା ୪୮୯ ବି ଓ ୪୮୯ ସିରେ ମାମଲା (ନଂ.୧୬୬/୨୦) ରୁଜୁ ହୋଇଛି। ଦିବ୍ୟରଞ୍ଜନ ୬ବର୍ଷ ହେଲା ଅମରେନ୍ଦ୍ର ବଜାରରେ ଘରଭଡ଼ା ନେଇ ରହିଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ପାଇଁ ଭାଙ୍ଗିଗଲା ଶୁବମନ-ସାରା ତେନ୍ଦୁଲକରଙ୍କ ସମ୍ପର୍କ?

ମୁମ୍ବାଇ: କ୍ରିକେଟ ସହ ବଲିଉଡର ସମ୍ପର୍କ ବେଶ ପୁରୁଣା। ଏମିତିରେ କିଛି କ୍ରିକେଟର ଏମିତି ଅଛନ୍ତି ଯେଉଁମାନେ ଅଭିନେତ୍ରୀମାନଙ୍କୁ ଜୀବନସାଥୀ ଭାବେ ବାଛି ଖୁସିରେ ଦାମ୍ପତ୍ୟ...

ପୋପ୍ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ,୨୧।୪: ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ ଆମେରିକୀୟ ନେତା ପୋପ୍ ଫ୍ରାନ୍ସିସ ୮୮ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି। ଭାଟିକାନ ସୋମବାର ଏକ...

ଶଙ୍ଖଭବନରେ ସଭାପତିଙ୍କ ହାତକୁ ପଦ୍ମଫୁଲ ବଢ଼ାଇଦେଲେ ମୁନ୍ନା, ନବୀନ ଦେଲେ ଏମିତି ପ୍ରତିକ୍ରିୟା

ଭୁବନେଶ୍ୱର,୨୧।୪: ୱକଫ୍‌ ବିଲ୍‌କୁ ନେଇ ଦଳରେ ଉଠିବା ଥିବା ଝଡ ମଧ୍ୟରେ ନବୀନ ପଟ୍ଟନାୟକ ୯ମ ଥର ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି।...

ଶପଥ ନେଲେ ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା

ଦିଗପହଣ୍ଡି,୨୧ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓକିଲ...

ଜଳ ସଂରକ୍ଷଣ

ଆମେ ଜାଣୁ ଯେ ଜଳ ହିଁ ଜୀବନ। ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ। ଆମ ସମସ୍ତଙ୍କ ଗୋଟିଏ ଧାରଣା ଧରାପୃଷ୍ଠ ଜଳମୟ। କିନ୍ତୁ ପୃଥିବୀର...

ସୁନୀତା ଉଇଲିୟମ୍ସଙ୍କ ସ୍ମରଣୀୟ ଅନ୍ତରୀକ୍ଷ ଯାତ୍ରା

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଉଇଲିୟମ୍‌ସ ୨୦୨୪ ମସିହା ଜୁନ୍‌ ୫ ତାରିଖ ଦିନ ଆମେରିକୀୟ କମ୍ପାନୀ ବୋଇଙ୍ଗର ‘ଷ୍ଟାରଲାଇନର୍‌’ ଅନ୍ତରୀକ୍ଷ ଯାନରେ...

“ଲଙ୍କାଗୁଣ୍ଡ ପକାଇ ବାନ୍ଧିଲେ, ତା’ପରେ ଛୁରୀରେ ହତ୍ୟା କଲେ”, କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା

ବେଙ୍ଗଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ ଏପ୍ରିଲ ୨୦ ତାରିଖରେ ବେଙ୍ଗାଲୁରୁସ୍ଥିତ ନିଜ ଘରେ ମୃତ...

ଭାରତୀୟ ଇଞ୍ଜିନିୟରିଂର ଚମତ୍କାରିତା: ଚେନାବ ରେଳ ବ୍ରିଜ୍‌

ଭୁବନେଶ୍ୱର, ୨୦।୪(ଜିତେନ୍ଦ୍ର କୁମାର ନାୟକ): କଶ୍ମୀରରୁ କନ୍ୟାକୁମାରୀ। ଭାରତର ଭୌଗୋଳିକ ସ୍ଥିତିକୁ ଦେଖି ଅନେକେ ଏପରି କହିଥାଆନ୍ତି। ଦେଶର ଜୀବନରେଖା ଭାବେ ପରିଚିତ ଭାରତୀୟ ରେଳପଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image