ନକଲି ନୋଟ୍‌ ଛାପୁଥିବା ର଼୍ୟାକେଟ୍‌ ଠାବ: ୩ ଗିରଫ

ଲଖନପୁର,୨୮ା୧୧(ଡି.ଏନ୍‌.ଏ.)-ଝାରସୁଗୁଡ଼ା ଜିଲା ବନହରପାଲି ଥାନା ପୋଲିସ ନକଲି ନୋଟ୍‌ ଛାପୁ ଥିବା ଏକ ର଼୍ୟାକେଟ୍‌ର ୩ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର ଝାରସୁଗୁଡ଼ା କୋର୍ଟ ଚାଲାଣ କରିଛି ା ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଧୀନ ବାମରାର ମହମ୍ମଦ ଇର୍‌ଫାନ୍‌(୨୪), ମହମ୍ମଦ ଇସ୍ତିଫାକ୍‌ ଆନସରୀ(୩୨) ଓ ବନହରପାଲି ଥାନା ଅଧୀନ ଖଡାମ ଛକ ନିକଟରେ ରହୁଥିବା ମହମ୍ମଦ ଆଜମଲ୍‌(୨୦) ା ସେମାନଙ୍କ ନିକଟରୁ ପୋଲିସ ୯୬ ହଜାର ୩ଶହ ନକଲି ଟଙ୍କା, ନୋଟ୍‌ ଛାପା କଲର ପ୍ରିଣ୍ଟର, ଛାପା ସାମଗ୍ରୀ, ଏକ ବାଇକ୍‌(ନଂ.ଓଡି ୨୩ ଜି ୫୪୨୧) ଜବତ କରିଛି ା ଜବତ ନକଲି ନୋଟ୍‌ ମଧ୍ୟରେ ରହିଛି ୯୧୮ଟି ଶହେ ଟଙ୍କିଆ ଓ ୯ଟି ୫ଶହ ଟଙ୍କିଆ ନୋଟ୍‌ ା ଏନେଇ ବନ୍ଧବାହାଲ ସ୍ବାଧୀନ କମ୍ପ୍ଲେକ୍ସ ନିକଟ ପେଟ୍ରୋଲ ପମ୍ପ ମାଲିକ ବୀରେନ୍ଦ୍ର ସିଂହଙ୍କ ଅଭିଯୋଗକୁ ଭିତ୍ତିକରି ବନହରପାଲି ଥାନାରେ ଏକ ମାମଲା(ନଂ. ୧୮୭/୨୦) ରୁଜୁ ହୋଇଛି ା

Share