ନକଲି ସର୍ଫ ବିକ୍ରି ଘଟଣା: ଗୋଦାମ ସିଲ୍‌, ମାଲିକଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର,୧୭ା୧(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳ ରେଳ ଫାଟକ ନିକଟ ଓ ଅଇଁଠାପାଲି ଥାନା ନୂଆଁପଡ଼ାସ୍ଥିତ ଗୋଦାମରେ ପୋଲିସ ଚଢାଉ କରିଥିଲା। ଅସଲି ବ୍ରାଣ୍ଡରେ ନକଲି ସାମଗ୍ରୀ ମିଶାଇ ସର୍ଫ ପ୍ୟାକିଂ କରାଯାଉଥିବା ଜାଣି ପୋଲିସ ଉପରୋକ୍ତ ୨ ଗୋଦାମକୁ ସିଲ୍‌ କରିଛି। ଏହି ଘଟଣାରେ କ୍ଷେତରାଜପୁର ଥାନା ପୋଲିସ ଏକ ମାମଲା(ନଂ.୧୦/୨୧)ରୁଜୁ କରି ରେଳଫାଟକ ନିକଟ ଗୋଦାମ ମାଲିକ ନରେଶ ଅଗ୍ରୱାଲଙ୍କୁ ଗିରଫ କରିଛି। ସେହିପରି ଅଇଁଠାପାଲି ଥାନା ପୋଲିସ ଏକ ମାମଲା(ନଂ.୩୧/୨୧) ରୁଜୁ କରି ନୂଆଁପଡ଼ା ଗୋଦାମ ମାଲିକ ଆଶିଷ ଅଗ୍ରୱାଲଙ୍କୁ ଗିରଫ କରିଛି। ଗିରଫ ଦ୍ୱୟଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ହିନ୍ଦୁସ୍ଥାନ ଲିଭର୍‌ କମ୍ପାନୀ ପକ୍ଷରୁ ଅଇଁଠାପାଲି ଥାନାରେ ନକଲି ସର୍ଫ ତିଆରି କରି ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଶନିବାର ସନ୍ଧ୍ୟାରେ ପୋଲିସ ଚଢାଉ କରି ଘଟଣାସ୍ଥଳରୁ ୨୪୪ ନକଲି ସର୍ଫ ପ୍ୟାକେଟ ଜବତ କରିଥିଲା । କ୍ଷେତରାଜପୁର ପୋଲିସ ୯୦ ଗ୍ରାମ ଥିବା ୫୦୨ ପ୍ୟାକେଟ ଏବଂ ଅଇଁଠାପାଲି ପୋଲିସ ୫୨୮୦ ପ୍ୟାକେଟ ନକଲି ସର୍ଫ

Share