ଶିମଲା,୮।୧୨: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ଏହି ନିର୍ବାଚନରେ ୪୦ଟି ଆସନରେ କଂଗ୍ରେସ ବାଜିମାତ୍ କରି ବଡ଼ ବିଜୟ ହାସଲ କରିଛି। ଅନ୍ୟପଟେ ଭାଜପା ହାତକୁ ୨୫ଟି ଆସନ ଆସିଥିବା ବେଳେ ନିର୍ଦ୍ଦଳୀୟଙ୍କ ସପକ୍ଷରେ ୩ଟି ଆସନ ଯାଇଛି। ତେଣୁ ହିମାଚଳରେ କଂଗ୍ରେସ ସରକାର ଗଠନ କରିବା ଏକପକାର ସ୍ପଷ୍ଟ ହୋଇଯାଇଛି। କଂଗ୍ରେସର ବିଜୟ ପରେ ରାଜ୍ୟରେ ଖୁସିର ମାହୋଲ ଖେଳିଯାଇଛି। ଏହାପରେ ହିମାଚଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ ଆରମ୍ଭ ହୋଇଛି। ଏହି ଦୌଡରେ ଅନେକ ଆଶାୟୀ ଥିବା ବେଳେ ସବୁଠାରୁ ଆଗରେ ଦଳର ରାଜ୍ୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ରା ସିଂଙ୍କ ପତ୍ନୀ ପ୍ରତୀଭା ସିଂ ରହିଛନ୍ତି।