Advertisement

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା

ଅନୁଗୋଳ ଅଫିସ/ବାରିପଦା ଅଫିସ,୬ା୧: ଶୁକ୍ରବାରଠାରୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯାଉଛି। ଏହି ଗଣନା କାର୍ଯ୍ୟରେ ମୋଟ୍‌ ୧୨ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲା କରଞ୍ଜିଆରେ ମଧ୍ୟ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ଜିଲାର ସମୁଦାୟ ୧୮ଟି ଜାଗାରେ କୁମ୍ଭୀର ଗଣନା ହେବ। ଏଥିପାଇଁ ମୋଟ୍‌ ୧୮ଟି ଟିମ୍‌ ନିୟୋଜିତ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share