ଭୁବନେଶ୍ୱର/ପୁରୀ,୧୮ା୧୧: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ରତ୍ନଭଣ୍ଡାର ଅଳଙ୍କାର ଗଣତିକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାରର ଗଣତି ମଣତି ଶେଷ ହେବ। କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇ ନ ଥିଲା। ଏବେ କାର୍ତ୍ତିକ ଶେଷ ହୋଇଥିବାରୁ ଏଏସ୍ଆଇ ମରାମତି ଆରମ୍ଭ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଏନେଇ ଏଏସ୍ଆଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।