Video: ସରୁନି ବଲାଙ୍ଗିର ମଦ ବ୍ୟବସାୟୀଙ୍କ ଟଙ୍କା ଗଣତି, ଆସିଲା SBI ଭିତରେ ଟଙ୍କା ଗଣା ଦୃଶ୍ୟ

ବଲାଙ୍ଗୀର,୧୦ା୧୨: ରବିବାର ବଲାଙ୍ଗୀର ସୁଦପଡା ମଦଭାଟିରେ ଚଢାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୪୦ଟି ବ୍ୟାଗର ଗଣତି ଶେଷ ହୋଇଥିବା ବେଳେ ଏହା ଆଗକୁ ମଧ୍ୟ ଚାଲିବ ବୋଲି ସୂଚନା ମିଳିଛି। ସେହିପରି ବଲାଙ୍ଗିର ସୁଦପଡା SBI ମ୍ୟାନେଜର ଭଗତ ବେହେରା ସୂଚନା ଦେଇଛନ୍ତି ଯେ, ୧୭୬ରୁ ୧୪୦ ବ୍ୟାଗର ଗଣତି ଶେଷ ହୋଇଛି। ଟଙ୍କା ଗଣିବା ସହ ବଣ୍ଡଲିଂ ପାଇଁ ମେଶିନ ଅଣାଯାଇଛି, ମେଶିନ ଖରାପ ହେଲେ ଟେକ୍ନିକାଲ ଟିମ୍‌ ରହିଛନ୍ତି। ବର୍ତମାନ ଟଙ୍କା ଗଣା ପାଇଁ ୩ଟି ବ୍ୟାଙ୍କର କର୍ମଚାରୀ ଟଙ୍କା ଗଣାରେ ନିୟୋଜିତ ହୋଇଥିବା କହିଛନ୍ତି।

ଏହାରି ମଧ୍ୟରେ ସୁଦପଡା ମଦଭାଟି ମ୍ୟାନେଜର ବଣ୍ଟି ସାହୁ ଓ ତିଓ୍ବାରୀଙ୍କୁ ମଧ୍ୟ ବ୍ୟାଙ୍କରୁ ଅଜ୍ଞାତ ସ୍ଥାନକୁ ନେଇଛନ୍ତି ଆୟକର ବିଭାଗ । ଏତେ ଟଙ୍କା କେଉଁଠୁ ଆସିଲା କଣ ପାଇଁ ରଖାଯାଇଥିଲା ଆୟକର ବିଭାଗ ଖୋଲ ତାଡ଼ ଆରମ୍ଭ କରିଛି।

ମ୍ୟାନେଜର ବଣ୍ଟି ସାହୁଙ୍କ ସୁଦପଡ଼ା ଭଡାଘରେ ଚଢ଼ାଉ କରିବାରୁ ୧୯ଟି ବ୍ୟାଗ ଭର୍ତ୍ତି ଟଙ୍କା ମିଳିଥିଲା। ଏହା ୫୦ କୋଟି ଟଙ୍କା ହୋଇଥିବା ଅନୁମାନ କରାଯାଇଥିଲା। ପୂର୍ବରୁ ୧୫୭ଟି ବ୍ୟାଗ୍‌ ଟଙ୍କା ଜବତ କରାଯାଇଥିଲା। ବ୍ୟାଙ୍କ କ୍ଷେତ୍ରୀୟ ପରିଚାଳକ ବେହେରା କହିଛନ୍ତି ଯେ, ଏବେବି ତାଙ୍କ ପାଖରେ ୭୪ଟି ବ୍ୟାଗ୍‌ରେ ଟଙ୍କା ଗଣତି ପାଇଁ ରହିଛି। ରବିବାର ସେଗୁଡ଼ିକୁ ଗଣାଯିବ। ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବାରୁ ଟଙ୍କା ଗଣତି କାର୍ଯ୍ୟ ତ୍ୱରାନ୍ବିତ କରାଯାଇଥିଲା। ବଲାଙ୍ଗୀର ଆଖପାଖ ଚୁଡାପାଲି, ପାଟଣାଗଡ଼, ଲୋଇସିଂହା ଓ ଅନ୍ୟ ବ୍ୟାଙ୍କରେ ଥିବା ପ୍ରାୟ ୫୦ଟି ଟଙ୍କା ଗଣତି ମେଶିନ ବଲାଙ୍ଗୀର ଏସ୍‌ବିଆଇ ମୁଖ୍ୟ ଶାଖାକୁ ଅଣାଯାଇଥିଲା।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ବଲାଙ୍ଗୀରସ୍ଥିତ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟର ପରିଚାଳକ ଭଗତ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ବଲାଙ୍ଗୀର ଏସ୍‌ବିଆଇ ଶାଖାକୁ ଆଇଟି ବିଭାଗ ବିଭିନ୍ନ ସ୍ଥାନରୁ ଟଙ୍କାଭର୍ତ୍ତି ୧୭୬ଟି ବ୍ୟାଗ୍‌ ଆଣି ପହଞ୍ଚାଇଥିଲା। ଶନିବାର ପୂର୍ବାହ୍ନ ୧୦ଟାରୁ ୫୦ଟି ମେଶିନରେ ୫୦ ଜଣ କର୍ମଚାରୀ ଟଙ୍କା ଗଣିବା ଆରମ୍ଭ କରିଥିଲେ। ରବିବାର ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ପ୍ରାୟ ୧୦୦ କର୍ମଚାରୀ ଟଙ୍କା ଗଣା ଜାରି ରଖିଛନ୍ତି।

Share