ଭୁବନେଶ୍ୱର,୧୬।୬(ବ୍ୟୁରୋ): ସାତକୋଶିଆରେ ଗୁରୁବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି । ପ୍ରି-ମନସୁନ ପୂର୍ବରୁ ସାଧାରଣତଃ ଏହି ଗଣନା ହୋଇଥାଏ । ଏହି ସର୍ଭେ ୭ ଦିନ ପର୍ଯ୍ୟନ୍ତ ଚାଲିବ । ଏହାପରେ ଗୋଟିଏ ମାସ ପର୍ଯ୍ୟନ୍ତ କ୍ୟାମେରା ଟ୍ୟାପ କରାଯିବ। ଏଥିପାଇଁ ବିଭିନ୍ନ ସ୍ଥାନରେ ୫ଶହରୁ ଉଦ୍ଧର୍ବ କ୍ୟାମେରା ଲାଗିଛି । କ୍ୟାମେରା ଏବଂ ଅନ୍ୟାନ୍ୟ ଉପକରଣ ସାହାଯ୍ୟରେ ସମସ୍ତ ବିଟ୍ରେ ବାଘ ଗଣନା ହେବ ବୋଲି ଆରସିସିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।